ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ପୁଣି ବଢିପାରେ ବର୍ଷା ପରିମାଣ

ଆସୁଛି ଆଉ ଏକ ଲଘୁଚାପ। ୨୩ ତାରିଖରେ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ପୁଣି ବର୍ଷା ପରିମାଣ ଆହୁରି ବଢିପାରେ। ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଭୁବନେଶ୍ୱର, ଛତ୍ରପୁର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି କେଇ ଘଣ୍ଟାର ବର୍ଷାରେ ଉବୁଟୁବୁ ହୋଇଥିଲା ରାଜଧାନୀ ଭୁବନେଶ୍ୱର । ବିଭିନ୍ନ ସ୍ଥାନରେ ରାସ୍ତାରେ ଲହଡ଼ି ମାରିଥିଲା ପାଣି । ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ଭୁବନେଶ୍ୱର ରାଜଭବନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୭୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବିମାନବନ୍ଦର ଇଲାକାରେ ୭୫.୫ ମିଲିମିଟର ବର୍ଷା ହୋଇଥିଲା। କଟକରେ ୩୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.