ଆଜି ପବିତ୍ର ମାଘ ସପ୍ତମୀ: ଭୋରରୁ ତିନି ଠାକୁରଙ୍କ ମହାସ୍ନାନ ପରେ ହୋଇଛି ମହୋଦଧି ଆଳତି

ଗୋପ(କେନ୍ଯୁଜ୍): ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ୍‌ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ସଂପୂର୍ଣ୍ଣ ହେଲା ଚନ୍ଦ୍ରଭାଗା ବୁଡ ଓ ମାଘ ମେଳା। ଭୋରରେ ୩ ଠାକୁର ତ୍ରିବେଣୀଶ୍ୱର ମହାଦେବ, ଐଶାନ୍ୟଶ୍ୱର ମହାଦେବ ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ପରେ ରୀତି ନୀତି ଅନୁସାରେ ମହୋଦଧି ଆଳତି କରାଯାଇଥିଲା।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଗତକାଲି ଅପରାହ୍ନ ୪ଟାରୁ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ମାତ୍ର ୫୦୦ଜଣଙ୍କୁ ବୁଡ ପାଇଁ ଅନୁମତି ଦିଆଯାଇଥିଲା।

magha

ନୀତିକାନ୍ତି ସହ ଜଡିତ ବ୍ରାହ୍ଣଣ ଓ ସେବକ ମାନଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଥିଲା। ଶ୍ରଦ୍ଧାଳୁ ମାନଙ୍କୁ ରୋକିବା ପାଇଁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତା ମାନଙ୍କରେ ବ୍ୟାରିକେଡ୍‌ ନିର୍ମାଣ କରାଯିବା ସହ ବ୍ୟାପକ ପୋଲିସ ଚେକିଂ ବ୍ୟବସ୍ଥା କରାଯାଇଛି।