ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀ ଛାଡି ସ୍ନାବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ସ୍ନାନ ପାଇଁ ପ୍ରସ୍ତୁତି ଚାଲିଛି । ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଏହାପରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରା ଧାଡି ପହଣ୍ଡିରେ ଆସିଥିଲେ । ବିଭିନ୍ନ ନୀତି କାନ୍ତି ପରେ ଶ୍ରୀଜିଉମାନେ ସ୍ନାନ କରିବେ । ଅନ୍ୟାନ୍ୟ ପୂଜାନୀତି ପରେ ଠାକୁର ମାନଙ୍କୁ ହାତୀ ବେଶରେ ସଜ୍ଜିତ କରାଯିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିଲ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.