Below header

ଭାରତ-ପାକିସ୍ତାନ ମ୍ୟାଚରେ ନଜର ଆସିଲେ ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ, ନିଜ ଅନ୍ଦାଜରେ ସମସ୍ତଙ୍କର କଲେ ମନୋରଞ୍ଜନ

ଗତକାଲି କ୍ରିକେଟ ବିଶ୍ବ କପ୍ ରେ  ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ପାକିସ୍ତାନକୁ ପରାଜୟ ସ୍ବାଦ ଚଖେଇଛି । ସାରା ବିଶ୍ବର ନଜର ଥିବା ଏହି ମ୍ୟାଚ୍ ଜିତିବା ପରେ ଭାରତ ବିଶ୍ବକପର ୪ ମୁକାବିଲାରୁ ୭ ପଏଣ୍ଟ ପାଇ ତାଲିକାର ତୃତୀୟକୁ ଉଠିଛି।

ଭାରତ-ପାକିସ୍ତାନର ଏହି ମ୍ୟାଚ୍‌କୁ ସାରା ବିଶ୍ୱ ଅପେକ୍ଷା କରି ରହିଥିବା ବେଳେ ବଲିଉଡ୍‌ ଅଭିନେତା ରଣବୀର ସିଂହ ଲଣ୍ଡନ ମୈଦାନରେ ଚାରଚାନ୍ଦ ଲଗାଇଥିଲେ।  ଏହି ହାଇଭୋଲ୍ଟେଜ ମ୍ୟାଚକୁ ଦେଖିବା ପାଇଁ ରଣବୀର ଇଂଲଣ୍ଡର ମଞ୍ଚେଷ୍ଟର୍‌ ଠାରେ ପହଞ୍ଚିଥିଲେ । ନିଜେ ମଜା କରୁଥିବା ବେଳେ ଦର୍ଶକଙ୍କୁ ମଧ୍ୟ ତାଙ୍କ ଅନ୍ଦାଜରେ ମନୋରଞ୍ଜନର ଖୁରାକ୍ ଯୋଗାଇଥିଲେ । ତେବେ ଏହି ଅବସରରେ ମଇଦାନ ଉପରେ ମଜା କରୁଥିବାର ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଆପଣ ବି ଦେଖନ୍ତୁ ଏହି ଭିଡିଓ :


କେବଳ ସେତିକି ନୁହେଁ ରଣବୀର ସେଠାରେ ପହଞ୍ଚି ଆଙ୍କରିଂ ମଧ୍ୟ କରିଥିବାର ନଜର ଆସିଥିଲେ। ଆଙ୍କରିଂ ମାଧ୍ୟମରେ ସେ ଭାରତ-ପାକିସ୍ତାନ ମ୍ୟାଚଠାରୁ ବଡ଼ ମ୍ୟାଚ ଆଉ କିଛି ହୋଇନପାରେ ବୋଲି କହିବା ସହିତ ପାଣିପାଗ ସମ୍ବନ୍ଧରେ ସୂଚନା ଦେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.