ତାତି ଛୁଇଁଲା ୪୪ ଡିଗ୍ରୀ , ରାଜ୍ୟରେ ସୋନପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଜଳୁଛି ସାରା ଓଡ଼ିଶା । ଆଜି ସବୁଠୁ ଉତ୍ତପ୍ତ ସହର ସୋନପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ବାରିପଦା, ଝାରସୁଗୁଡା, ବଲାଙ୍ଗୀର ଓ ବୈଦ୍ଧର ତାପମାତ୍ରା ୪୨ ଡିଗ୍ରୀ ସେଲିସୟସ ଉପରେ ରହିଛି । ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ବର୍ଷା ଆଶଙ୍କା । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.