ମେଡିକାଲ କଲେଜ ଶୀଘ୍ର ଚାଲୁ କରିବା ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର(କେନ୍ୟୁଜ): ଆଜି ତାଳଚେର ବନ୍ଦ। ତାଳଚେର ମେଡିକାଲ କଲେଜ ଶୀଘ୍ର ଚାଲୁ କରିବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତାଳଚେର ସୁରକ୍ଷା ମଞ୍ଚ। ରାଜ୍ୟ ସରକାର ଜମି ଯୋଗାଇ ଦେବା ପରେ ଅନେକ ଦିନ ହେଲା ମେଡିକାଲ କଲେଜ କୋଠା ନିର୍ମାଣ ସାରିଲାଣି । ହେଲେ ମେଡିକାଲ କଲେଜ ଚାଲୁ କରା ଯାଉ ନାହିଁ ।

ଏଣୁ ତାଳଚେର ମେଡିକାଲ କଲେଜକୁ ସରକାର ଦ୍ୱାରା ପରିଚାଳିତ କରିବା ନେଇ ଦାବି ହୋଇଛି। ଏହା ସହ ଅନ୍ୟ ଦୁଇ ଦଫା ଦାବି ନେଇ ଆଜି ସକାଳ ୫ ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ତାଳଚେର ବନ୍ଦ କରାଯିବ । ଖଣିରୁ ଉତ୍ପାଦନ , ପରିବହନ ସମେତ ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ମେଡିକାଲ କଲେଜ ଓ ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ସେମାନଙ୍କ ଦାବି ହେଲା ମେଡିକାଲ କଲେଜ ପରିଚାଳନା ଦାୟିତ୍ବ ରାଜ୍ୟ ସରକାରଙ୍କୁ ଦେବା ସହ ଏହାର ସମସ୍ତ ଖର୍ଚ୍ଚ MCL ବହନ କରିବାକୁ ଦାବି କରିଛନ୍ତି । ଏହାସହ ଇଣ୍ଟରସିଟିକୁ କଣିହାଁ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ତାଳଚେର ଷ୍ଟେସନରୁ ଅନୁଗୁଳକୁ ରେଳ ଚଳାଚଳ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.