ଆଧାର ସର୍ଭରରେ ତ୍ରୁଟି : ପି.ଡି.ଏସ୍ ଚାଉଳ ସକାଶେ ସାରାଦିନ ଅପେକ୍ଷା କଲେ ହିତଧିକାରୀ

କାଲିମେଳା(କେନ୍ୟୁଜ): ଗରିବ ହିତାଧିକାରୀଙ୍କ ପାଇଁ ରାଜ୍ୟସରକାର ମାଗଣା PDS ଚାଉଳ ଯୋଗାଇଦେଉଥିବା ବେଳେ ଇ.ପୋଷ ଡିଭାଇସ ବା ଆଧାର ସର୍ଭରରେ ତ୍ରୁଟି ରହିଥିବା ଯୋଗୁଁ ଲୋକେ PDS ଚାଉଳ ନେବାରେ ବିଳମ୍ବ ହେଉଛି। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଧାର ସର୍ଭର ତ୍ରୁଟି ରହୁଥିବା ବେଳେ ଲୋକେ PDS ଚାଉଳ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଲୋକେ ଟାଣ ଖରାରେ ଚାଉଳ ସକାଶେ ସକାଳୁ ସାରାଦିନ ଲମ୍ବା ଧାଡିରେ ଅପେକ୍ଷା କରୁଥିବାର ଦେଖାଯାଉଛି । ଏହିପରି କି ଗରିବ ଆଦିବାସୀ ବୁଦ୍ଧ, ବୃଦ୍ଧା ବହୁ ଦୂରରୁ ଟାଣ ଖରାରେ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି। ଏହି ଆଧାର ସର୍ଭର ସିଧାସଳଖ ଭୁବନେଶ୍ୱରରୁ ଯୋଡି ହୋଇଥାଏ। ସର୍ଭରରେ ତ୍ରୁଟି ରହୁଥିବା ସକାଶେ ଫିଙ୍ଗର ପ୍ରିଣ୍ଟ ଓ ଆଖି ସ୍କେନିଂ ନେବାରେ ଅସୁବିଧା ହେଉଛି ସେଥିସକାଶେ ଲୋକେ ଚାଉଳ ପାଇବାରେ ବିଳମ୍ବ ହେଉଛି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗୁହାରି କରିଛନ୍ତି ହିତାଧିକାରୀ ।

Leave A Reply

Your email address will not be published.