Below header

ଆଜି ଶ୍ରୀମନ୍ଦିର ନୀତି ସବକମିଟି ବୈଠକ: ପରିକ୍ରମା ପ୍ରକଳ୍ପ ଓ ପହିଲି ଭୋଗ ନୀତି ସମ୍ପର୍କରେ ହେବ ଆଲୋଚନା

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଉ ଏହି ବୈଠକରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର ।

ପୁରୀ (କେନ୍ୟୁଜ): ଆଜି ବସୁଛି ଶ୍ରୀମନ୍ଦିର ନୀତି ସବକମିଟି ବୈଠକ । ବୈଠକରେ ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବ। ଏହାସହ ଡିସେମ୍ବର ୧୬ରୁ ଜାନୁଆରୀ ୧୪ ଯାଏ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ଓ ୧୫ରେ ଧନୁ ସଂକ୍ରାନ୍ତି ନୀତି ନିର୍ଘଣ୍ଟ କରାଯିବ।

ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ହେବ ଆଲୋଚନା । ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହେବା ପରେ ୧୧ରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ମୋହର ବାଜିବ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ଓ ନୀତି ସବକମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.