ଆଜିଠାରୁ ପୁରୀରୁ ଗଡିବ ଟ୍ରେନ୍: ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନକୁ କରାଯାଇଛି ସାନିଟାଇଜ୍

ପୁରୀ: ଗତକାଲି କେନ୍ଦ୍ର ସରକାରଙ୍କ ଅନଲକ୍ ୫ ଗାଇଡ ଲାଇନ୍ ଆସିବା ପରେ ଆଜିଠାରୁ ପୁରୀରୁ ଟ୍ରେନ୍ ଗଡିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜି ପ୍ରଥମ ଦିନରେ ପୁରୀ – ଅହମ୍ମଦାବାଦ, ପୁରୀ ଦୁର୍ଗ ଏବଂ ପୁରୁଷୋତ୍ତମ ଏକ୍ସପ୍ରେସ ଗଡିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନକୁ ସାନିଟାଇଜ୍ କରାଯାଇଛି । କରୋନା ପାଇଁ ଦୀର୍ଘ ସାତ ମାସ ଧରି ଟ୍ରେନ୍ ଚଳାଚଳ ବନ୍ଦ ଥିଲା ।