ହଥରସ୍ ଗଣଦୁଷ୍କର୍ମ ମାମଲା: ଏସ୍ଆଇଟିର ତଦନ୍ତ ଆରମ୍ଭ, ୭ ଦିନ ମଧ୍ୟରେ ପ୍ରଦାନ କରିବ ଯାଞ୍ଚ ରିପୋର୍ଟ

କେନ୍ୟୁଜ୍: ଉତ୍ତରପ୍ରଦେଶ ହଥରସ୍ ଗଣଦୁଷ୍କର୍ମ ମାମଲାରେ ଏସ୍ଆଇଟିର ତଦନ୍ତ ଆରମ୍ଭ । ଆଜି ପୀଡ଼ିତା ପରିବାରଙ୍କୁ ଭେଟିଛି ଏସ୍ଆଇଟି । ଏହି ମାମଲାରେ ଏସ୍ଆଇଟି ଟିମ୍ ୭ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ପ୍ରଦାନ କରିବ । ହଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ଜବରଦସ୍ତ ଅନ୍ତିମ ସଂସ୍କାର କରାଯାଇଥିଲା, ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ରାଜନୈତିକ ଦଳ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ଏହାରି ଭିତରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହଥରସ୍ରେ ପହଞ୍ଚିବେ । ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ପହଞ୍ଚିବା ପୂର୍ବରୁ ହଥରସ୍ ଜିଲ୍ଲା ସୀମାକୁ ସିଲ୍ କରି ଦିଆଯାଇଛି । ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି ସରକାର। ସେପଟେ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।