ସାଧରଣ ଜନତାଙ୍କ ପାଇଁ ବଡ ଖବର ! ଜାଣନ୍ତୁ ଅକ୍ଟୋବର ମାସରେ କେତେ ଅଛି LPG ସିଲିଣ୍ଡରର ନୂଆ ଦାମ୍

ଅଗଷ୍ଟ-ସେପ୍ଟେମ୍ବର ପରେ ଲଗାତର ତୃତୀୟ ମାସ ଅର୍ଥାତ ଅକ୍ଟୋବର ମାସରେ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡର ର ଦାମକୁ ନେଇ ବଡ ଆସ୍ୱସ୍ତି ମିଳିଛି। ତୈଳ ମାର୍କେଟିଙ୍ଗ୍ କମ୍ପାନୀ (HPCL, BPCL, IOC) ଏଲପିଜି ରନ୍ଧନ ଗ୍ୟାସର ଦାମରେ କୌଣସି ପରିବର୍ତ୍ତନ କରିନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ ସାଧାରଣ ଜନତାଙ୍କ ପାଇଁ ତୈଳ କମ୍ପାନୀ ପକ୍ଷରୁ ବଡ ଆସ୍ୱସ୍ତି।
ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ଏଲପିଜି ସିଲିଣ୍ଡରର ଦାମ୍ ହ୍ରାସ ପାଇଛି। IOC ୱେବସାଇଟରେ ଦିଆଯାଇଥିବା ପ୍ରାଇସ୍ ଅନୁଯାୟୀ ଦିଲ୍ଲୀରେ ୧୯ କିଲୋଗ୍ରାମ ରୋଷେଇ ଗ୍ୟାସ୍ ସିଲିଣ୍ଡର ୩୨ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ଜୁଲାଇ ମାସରେ ୧୪ କିଲୋଗ୍ରାମ ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ସେହିପରି ଜୁନ ମାସରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ-ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା। ସେହିପରି ମଇ ମାସରେ ୧୬୨.୫୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥିଲା।
ଚେକ୍ କରନ୍ତୁ ନୂଆ ଦାମ୍
ଦେଶର ସବୁଠାରୁ ବଡ ଅଏଲ ମାର୍କେଟିଙ୍ଗ୍ କମ୍ପାନୀ ଏଲଓସି ୱେବସାଇଟରେ ଦିଆଯାଇଥିବା ଦାମ୍ ମୁତାବକ ଦିଲ୍ଲୀରେ ସିଲିଣ୍ଡରର ଦାମ ସ୍ଥିର ରହିଛି। ଗତ ମାସ ଅର୍ଥାତ ଅଗଷ୍ଟ ମାସରେ ଯେଉଁ ଦାମ୍ ଥିଲା ସେହି ଦାମ୍ ସେପ୍ଟେମ୍ବର ମାସରେ ମଧ୍ୟ ରହିବ।