Below header

RCBର ଜିତରେ ଅନୁଷ୍କା ଶର୍ମା ଲେଖିଲେ “ଗର୍ଭବତୀ ମହିଳାଙ୍କ ପାଇଁ ରୋମାଞ୍ଚକ ଖେଳ”

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ସୁପର ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି । ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଆରସିବି ଦଳର ଅଧିନାୟକ ଅଛନ୍ତି । ଡି ଭିଲିୟର୍ସଙ୍କ ସହ କୋହଲି ଶେଷ ଓଭରରେ ଆସି ସୁପର ଓଭରରେ ତାଙ୍କ ଦଳ ଜିତିଥିଲେ । ତେବେ ଏହି ଜିତରେ ବହୁତ ଖୁସିଥିବା ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ କୋଲାଜ ଫଟୋ ପୋଷ୍ଟ କରି ଲେଖିଥିଲେ- “ଓଃ ! ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ରୋମାଞ୍ଚକର ଖେଳ ! କ୍ୟା ଟିମ ହେ !”


ଏହାପୂର୍ବରୁ ଏହି ଆଇପିଏଲ୍ ସିଜନରେ ଅନୁଷ୍କା ବିରାଟ ଏବଂ ଆରସିବିକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ପଡ଼ିଆରେ ଉତ୍ସବ କରୁଥିବା ଦଳର ଫଟୋ ସେୟାର କରି ଲେଖିଥିଲେ, ‘ବିଜୟର ଆରମ୍ଭ’।

 

View this post on Instagram

 

And then, we were three! Arriving Jan 2021 ❤️🙏

A post shared by AnushkaSharma1588 (@anushkasharma) on


ଅନୁଷ୍କା ବିରାଟଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି । ସେ ଗତ ମାସରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଖୁସି ଖବର ସେୟାର କରିଥିଲେ। ସୂଚନା ଅନୁଯାୟୀ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ କାରଣରୁ ଅନୁଷ୍କା ବିବାଦରେ ଫସି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.