Below header

ରାଉରକେଲାରେ ହେବ ଟୋଲରୁମ୍‌ ଟ୍ରେନିଂ ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରଖିଲେ ପ୍ରତିକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ରାଉରକେଲାରେ ହେବ ଟୋଲରୁମ୍‌ ଟ୍ରେନିଂ ସେଣ୍ଟର। ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୨୦୦କୋଟି। ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଏକ୍ସଟେନସନ୍‌ ସେଣ୍ଟର। ପ୍ରତ୍ୟେକ ସେଣ୍ଟର ପାଇଁ ଖର୍ଚ୍ଚ ହେବ ୨୦କୋଟି। ସାରା ଭାରତରେ ୨୨୬ଟି MSME କ୍ଲଷ୍ଟର ହେବ। ଓଡ଼ିଶାରେ ୪୫ଟି MSME କ୍ଲଷ୍ଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.