ଏହି ମହିଳାଙ୍କ ପାଟି ଓ ଦାନ୍ତ ମଝିରେ ଉଠୁଛି କେଶ, ରୋଗଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତାମଧ୍ୟରେ କିଛି ଏପରି ରୋଗ ରହିଛି ଯାହାକୁ ବିଶ୍ୱାସ କରିବା ମଧ୍ୟ ମୁସ୍କିଲ ହୋଇପଡେ । ବେଳେବେଳେ ଦେଖିବାକୁ ମିଳେ ଯେ କେବେ କାହାର କେଉଁଠି ଶିଙ୍ଘ ଉଠିଯାଇଥାଏ ତ କେଉଁଠି କାହାର ଆଙ୍ଗୁଳି ବାହାରି ପଡିଥାଏ । ବଙ୍ଗଳାଦେଶରେ ଜଣେ ଏପରି ଟ୍ରି ମ୍ୟାନ ଥିଲା ଯାହାର ହାତ ଗୋଡ଼ ଇତ୍ୟାଦିରେ ଚେର ବାହାରିପଡିଥିଲା । ତେବେ ନିକଟରେ ଇଟାଲୀର ଜଣେ ମହିଳାଙ୍କ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ମହିଳାଙ୍କ ଶରୀରରେ ଏପରି ସ୍ଥାନରେ ଚୁଟି ଉଠୁଛି ଯାହା ସତରେ ବହୁତ ଆଶ୍ଚର୍ଯ୍ୟଜନକ ।

Doctors pulled short hairs from inside her mouth.  Its pictures are going viral on social media.

ଇଟାଲୀରେ ବାସ କରୁଥିବା ଜଣେ ୨୫ ବର୍ଷୀୟା ମହିଳାଙ୍କ ଦାନ୍ତ ଏବଂ ମାଢି ମଧ୍ୟରେ ଉଠୁଛି କେଶ । ଯେତେବେଳେ ସେ ନିଜର ସମସ୍ୟା ନେଇ ଡାକ୍ତରଙ୍କ ନିକଟକୁ ଯାଇଥିଲେ ସେତେବେଳେ ସେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ମହିଳାଙ୍କ ଦାନ୍ତ ମଝିରେ ଓ ଉପର ମାଢିରେ କେଶ ଉଠୁଥିଲା । ପ୍ରଥମେ ଏହାଦେଖି ଡାକ୍ତର କିଛି ବୁଝିପାରିନଥିଲେ କିନ୍ତୁ ଅନେକ ରିସର୍ଚ୍ଚ କରିବା ପରେ ଜଣା ପଡିଥିଲା ଯେ ଏହା ହେଉଛି ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ନାମକ ଏକ ରୋଗ ।

Recently a special report about the disease was published in the Oral Pathology General.

କିଛି ଡାକ୍ତରଙ୍କ ମୁତାବିକ ଏହା gingival hirsutism ନାମକ ଏକ ରୋଗ ମଧ୍ୟ ହୋଇପାରେ । ଏହି ରୋଗରେ ମଣିଷ ଶରୀରର କିଛି ଏପରି ଅଂଶରେ ବାଳ ଉଠିଥାଏ ଯାହା କେହି କେବେ ଭାବି ପାରିବେ ନାହିଁ । ଏହି ମହିଳା ଅନେକ ବର୍ଷ ଧରି PCOSରେ ପୀଡିତ ଯେଉଁ କାରଣରୁ 2009 ମସିହାରେ ତାଙ୍କ ଗଳା ଓ ଚିବୁକରେ ମଧ୍ୟ ବାଳ ଉଠିବାରେ ଲାଗିଥିଲା । ସେତେବେଳେ ଡାକ୍ତରମାନେ ଚିକିତ୍ସା ଦ୍ୱାରା ତାଙ୍କୁ ଏଥିରୁ ମୁକ୍ତ କରିଥିଲେ କିନ୍ତୁ ଏବେ ପୁଣିଥରେ ତାଙ୍କଠାରେ ଏପରି ସମସ୍ୟା ଦେଖାଯାଇଛି ।\

This woman has been suffering from PCOS for many years.  Due to this, hair started growing in her throat and chin in 2009.

ଡାକ୍ତରମାନେ ତାଙ୍କ ମୁଁହ ଭିତରୁ ଛୋଟ ଛୋଟ ଚୁଟି ଟାଣି ବାହାର କରିଥିଲେ ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ତେବେ ଏହାଏକ ଅତ୍ୟନ୍ତ ଦୁର୍ଲଭ ରୋଗ ଅଟେ । ଆଜି ପର୍ଯ୍ୟନ୍ତ ଦୁନିଆରେ ମାତ୍ର ୫ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏ ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କଠାରେ ଏପରି ଏକ ରୋଗ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.