Below header

ଘରୋଇ ଉପାୟରେ ମୁହଁରୁ ଗାୟବ କରନ୍ତୁ ‘ବ୍ଲାକ ହେଡ୍ସ’

ବଢୁଥିବା ପ୍ରଦୂଷଣ, ବଦଳୁଥିବା ଜୀବନ ଶୈଳୀ କାରଣରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେକା ସମୟର ଯୁବତୀ ମାନଙ୍କ ମୁହଁରେ ବ୍ଲାକ ହେଡ୍ସ , ହ୍ୱାଇଟ ହେଡ୍ସ , ବ୍ରଣ ପରି ସମସ୍ୟା ମାନ ଯେମିତି ସାଧାରଣ ହୋଇଗଲାଣି । ବିଶେଷଜ୍ଞଙ୍କ ଅନୁଯାୟୀ ବିଭିନ୍ନ କାରଣରୁ ସ୍କିନ ପୋର ବନ୍ଦ ହେବା କାରଣରୁ ହିଁ ଏପରି ସମସ୍ୟା ମାନ ଉପୁଜିଥାଏ । ପାର୍ଲରକୁ ସେଠାରେ ଏହାର ଉପଚାର କରିବା କାରଣରୁ ଅସହ୍ୟ ଯନ୍ତ୍ରଣା ହେବା ସହ ହଜାର ହଜାର ଟଙ୍କା ଖର୍ଚ ବି ହୋଇଥାଏ ।

କିନ୍ତୁ ଘରୋଇ ଉପାୟରେ ବି ଖୁବ ସହଜରେ ଆପଣ ଏପରି ସମସ୍ୟା ମାନରୁ ନିଜକୁ ରକ୍ଷା କରିପାରିବେ ।ଏହି ହାତ ତିଆରି ସ୍କ୍ରବକୁ ବ୍ୟବହାର କରି ଆପଣ ବ୍ଲାକ ହେଡ୍ସ ପରି ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:

banana scrub

କଦଳୀ – ଗୋଟିଏ

ଓଟ୍ସ – ଗୋଟେ ଚାମଚ

ମହୁ – ଗୋଟେ ଚାମଚ

ଅଲିଭ ତେଲ – ଗୋଟେ ଚାମଚ

ବାଦାମ ତେଲ – ଗୋଟେ ଚାମଚ

ଗୋଟେ ପାତ୍ରରେ ଏହି ସବୁ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯାଇଥିବା ଏହି ମିଶ୍ରଣକୁ ଗୋଲାକାର ଭାବେ ନିଜ ଚେହେରାରେ ହାଲ୍କା ମସାଜ କରାଇ ନିଅନ୍ତୁ । ୫ ରୁ ୧୦ ମିନିଟ ପାଇଁ ଏହାକୁ ନିଜ ମୁହଁରେ ରଖନ୍ତୁ । ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଚେହେରାରୁ ବ୍ଲାକ ହେଡ୍ସ ଗାୟବ କରି ଉଜ୍ଜ୍ୱଳତା ଆଣିବାରେ ଏହା ହେଉଛି ସର୍ବୋତ୍ତମ ଉପାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.