ନନା-ନବୀନ ଭେଟଘାଟକୁ ନେଇ ପାୱାର କରିଡରେ ଚର୍ଚ୍ଚା, ଲୋକସେବା ଭବନରେ ନବୀନଙ୍କୁ ଭେଟି କଣ କହିଲେ ପ୍ରତାପ ଷଡଙ୍ଗୀ ? ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ): ପାଓ୍ଵାର କରିଡରରେ ଭିନ୍ନ ଚର୍ଚ୍ଚା । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଷଡଙ୍ଗୀ ଭେଟ । ଦିଲ୍ଲୀ ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଲୋକସେବା ଭବନରେ ଏହି ଭେଟକୁ ନେଇ ଚର୍ଚ୍ଚା ଜୋର । ପୂର୍ବରୁ କିଛି ମାସ ତଳେ ଉଭୟ ଅନୁକୁଳ ଚନ୍ଦ୍ରଙ୍କ ଏକ କାର୍ଯ୍ୟକ୍ରମରେ ଉଭୟ ମଞ୍ଚାସୀନ ଥିଲେ । ହେଲେ ଲୋକସେବା ଭବନରେ ପ୍ରତାପ ଷଡଙ୍ଗୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଭେଟ । ଭେଟ ପରେ ଏମଏସଏମଇ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ପ୍ରତାପ ଷଡଙ୍ଗୀ । ଏହାସହ ଗତକାଲି ଓଡ଼ିଶାର ରେଲେଓ୍ଵ କମିଟି ରେଳମନ୍ତ୍ରୀକୁ ଭେଟିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ଏହି ଦୁଇ ନେତା ଏବେ ହଠାତ୍‌ ବଦଳି ଯାଇଥିବା ଚର୍ଚ୍ଚା ହେଉଛି । ଦିଲ୍ଲୀ ଫଳାଫଳ ପରେ ନେତାଙ୍କ ମୁଡ ବଦଳିଯାଇଥିବା ନେଇ ଆଲୋଚନା ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.