ଘର ଘର ବୁଲି ପେପର ବାଣ୍ଟିଲେ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭାଇଚାରା ସୃଷ୍ଟି ଲକ୍ଷ୍ୟରେ ମିଶିଲେ ଲୋକଙ୍କ ସହିତ

ବାଲେଶ୍ୱର: ମନ୍ତ୍ରୀରୁ ଖବର କାଗଜ ବିତରକ। ଘର ଘର ବୁଲି ପେପର ବାଣ୍ଟିଲେ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଗୋଟିଏ ଦିନ ପାଇଁ ଖବର କାଗଜ ବିତରକ ହୋଇଛନ୍ତି ମନ୍ତ୍ରୀ। ଆଜି ବାଲେଶ୍ୱର ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ସହରର କଚେରୀ ବଜାର, ନୂଆ ବଜାର ଓ ରାଣୀଅଞ୍ଚଳରେ କେତେକ ଘର ବୁଲି ଖବରକାଗଜ ବାଣ୍ଟିଥିଲେ।

ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସବୁ ଖୋଲିଥିବାବେଳେ ଭ୍ରମଣରେ ଯିବାକୁ କହୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କୁ ଭେଟିବା ଓ ତାଙ୍କ ସହ ମିଶିଲେ ମନ ଭିତରେ ଥିବା ଅହଙ୍କାର ଦୂର ହେବା ସହ ଭାଇଚାରା ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.