ଏଜି ଛକରେ ଓଲିଉଡ୍ କଳାକାର ବାଣ୍ଟିଲେ ରେଡ୍ରୋଜ୍ ଓ ଚକୋଲେଟ୍

ଭୁବନେଶ୍ୱର (କେ ନ୍ୟୁଜ୍) : ଟ୍ରାଫିକ୍ ସଚେତନତାରେ ସିନେତାରକା । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମରେ ଓଲିଉଡ୍ ଜଗତର ବିଭିନ୍ନ ସିନେତାରକାଙ୍କୁ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ର ଅଭିନେତା ସମ୍ବିତ, ସମରେଶ, ଅଭିନେତ୍ରୀ ଅନୁଭା ପଣ୍ଡା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହାତରେ ଗୋଲାପ ଫୁଲ ଓ ଚକଲେଟ୍ ଦେଇ ଏଜି ଛକ ନିକଟରେ ଲୋକଙ୍କୁ ସଚେତନତା କରିଥିଲେ ।
ଧରି ଜନସାଧାରଣଙ୍କୁ ଟ୍ରାଫିକ୍ ନିୟମ ଉପରେ ଅବଗତ କରାଇବା ସହ ନିୟମ ମାନିଲେ କିଭଳି ଆମେ ସୁରକ୍ଷିତ ଜୀବନଯାପନ କରି ପାରିବା ସେ ସମ୍ବନ୍ଧରେ ଜନସାଧାରଣଙ୍କୁ ବୁଝାଇଥିଲେ । ଏହା ସହିତ ହେଲମେଟ ଓ ସିଟ୍ ବେଲ୍ଟ ପିନ୍ଧି ନଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦେଇଥିବା ବେଳେ, ଅନ୍ୟମାନଙ୍କୁ ଚକଲେଟ୍ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବହୁ ଟ୍ରାଫିକ୍ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ ।