ମରିନାହିଁ ମଣିଷ ପଣିଆ, ରାସ୍ତାରେ ପଡିଯାଇଥିବା ଡାକ୍ତରାଣୀଙ୍କ ଭ୍ୟାନିଟକୁ ପାଇ ଫେରାଇଲେ ଏହି କରୋନା ଯୋଦ୍ଧା

ଭୁବନେଶ୍ବର(କେନ୍ୟୁଜ୍):ପୁଣି ମାନବିକତା ଦେଖାଇଲେ କରୋନା ଯୋଦ୍ଧା। ଆଉ ଜଣେ କରୋନା ଯୋଦ୍ଧାଙ୍କ ହଜି ଯାଇଥିବା ଭ୍ୟାନିଟକୁ ଫେରାଇ ମାହାନତାର ଉଦାହାରଣ ସାଜିଛନ୍ତି ଟ୍ରାଫିକ୍ ଏସଆଇ ଶୁଭାଶିଷ ସାହୁ । ଏହି ଯୋଦ୍ଧାଙ୍କ ଏଭଳି ନିଷ୍ଠାପର ଓ ପରୋପକାର ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି ନିଜ ହଜାଇଥିବା  ଭ୍ୟାନିଟ ପାଇଥିବା ଡାକ୍ତରାଣୀ।

ପ୍ରାପ୍ତ ସୂଚନା ଅନୁସାରେ ରବି ଟକିଜ୍ ଛକଠାରୁ ଗ୍ୟାରେଜ ଛକ ଯିବା ବାଟରେ ହଠାତ ଗୋଟିଏ ସ୍କୁଟିରେ ଯାଉଥିବା ମହିଳାଙ୍କର ଭ୍ୟାନିଟ ବ୍ୟାଗ ରବି ଟକିଜରୁ କିଛି ଦୂରର ରାସ୍ତାକଡରେ ଗଳି ପଡିଥିଲା । ସେହିସମୟରେ ରବି ଟକିଜ୍ ଛକଠାରେ ଏସଆଇ ଶୁଭାଶିଷ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କଠାରୁ ଫାଇନ କାଟୁଥିଲେ। ଭ୍ୟାନିଟ ଗଳି ପଡିବାର ଦେଖି ଜଣେ କନେଷ୍ଟବଳକୁ ସେହି ଭ୍ୟାନିଟକୁ ଆଣିବାକୁ  ପଠାଇଥିଲେ। ଅନ୍ୟପଟେ ସେହି ସ୍କୁଟିରେ ଯାଉଥିବା ମ୍ୟାଡାମଙ୍କୁ ପିଛାକରି ଖବର ଦେବା ପାଇଁ ଶୁଭାଶିଷ ଜଣେ ଲୋକଙ୍କୁ ପଠାଇଥିଲେ।  କିନ୍ତୁ ସ୍କୁଟି ମ୍ୟାଡମ ତାଙ୍କର କିଛି ବ୍ୟାଗ୍ ହଜିନାହିଁ ବୋଲି ମାନାକରି ଦେଇଥିଲେ। ଏପଟେ ପାଇଥିବା ବ୍ୟାଗକୁ ଫେରାଇବା ପାଇଁ ତତ୍ପର ଥିବା ଶୁଭାଶିଷ ଅନେକ ସମୟ ଧରି ମ୍ୟାଡାମଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ । ବହୁ ବିଳମ୍ବ ହେବାରୁ ଶେଷରେ ଭ୍ୟାନିଟ ଖୋଲି ମ୍ୟାଡାମଙ୍କ ଠିକଣା ଖୋଜିବାକୁ ଚେଷ୍ଟା କଲେ । ବ୍ୟାଗରେ ଥିବା  ଷ୍ଟେଥ ଓ କିଛି ଡାକ୍ତରୀ ଉପକରଣ ଓ କିଛି ଟଙ୍କା ଥିବାର ଦେଖି ଶୁଭାଶିଷ ଜାଣିବାକୁ ପାଇଥିଲେ ଏହା ଜଣେ ଡାକ୍ତରାଣୀଙ୍କ ଭ୍ୟାନିଟ। ସେଥିରେ ଥିବା କମିଶନର ପୋଲିସ ଲକଡାଉନ/ସଟଡାଉନ ପାସଟିଏ ପାଇଥିଲେ ଶୁଭାଶିଷ।

ପରେ ସେହି ପାସରେ ଥିବା ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ଶୁଭାଶିଷ। କିନ୍ତୁ ଫୋନ ଟି  ସ୍ବିଚ୍ ଅଫ୍ ଥିଲା । ଏହା  ପରେ ଅନ୍ୟ ଏକ ଭିଜିଟିଙ୍ଗ୍ କାର୍ଡରେ  ତାଙ୍କ ମୋବାଇଲ ନମ୍ବରରୁ  ତାଙ୍କୁ ଯୋଗାଯୋଗ କରିଥିଲେ। ଆଉ  ଭ୍ୟାନିଟଟି  ଆସି ଶିଘ୍ର ନେଇଯିବାକୁ କହିଥିଲେ। ସେପଟେ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଡାକ୍ତରାଣୀ ମହାଶୟା। କାରଣ ବ୍ୟାଗଟିରେ କିଛି ଏଟିଏମ କାର୍ଡ ଓ  କିଛି  ଟଙ୍କା ଥିଲା । ଯାହା ଡାକ୍ତରାଣୀଙ୍କର ଚିନ୍ତା ବଢାଇଦେଇଥିଲା । ଏଟିଏମ ଗୁଡିକରେ ଲକ୍ଷାଧିକ ଟଙ୍କା ଥିବାରୁ  କାଳେ ଯଦି ଏହା ଅସାମାଜିକ ଲୋକ ହାତରେ ପଡିଯିବ ତେବେ ସବୁ ଲୁଟ ହୋଇଯିବାର ଭୟ ଥିଲା ଡାକ୍ତାରାଣୀ ମହାଶୟାଙ୍କୁ।

ପରେ ଡାକ୍ତରାଣୀ ମହାଶାୟା ରବି ଟକିଜ ଛକକୁ ଆସି ନିଜ ପରିଚୟ ଦେଖାଇ ବ୍ୟାଗଟି  ନେଲା  ବେଳେ ଏସଆଇ ଶୁଭାଶିଷଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସଚ୍ଚୋଟତା ଓ ନିଷ୍ଠାପରାତାକୁ ସାଲ୍ୟୁଟ କରିଥିଲେ। ଏହି ଘଟଣା ପରେ  ଶୁଭାଶିଷଙ୍କ ପରି ଅଫିସରଙ୍କ ପାଇଁ କମିଶନରେଟ  ପୋଲିସର  ନାରା  ‘‘ଉଇ କେୟାର ଉଇ ଡେୟାର’’ର ନାରା  ସଫଳ ହୋଇଛି ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.