Below header

ରାଜଧାନୀ ଭୁବନେଶ୍ବରରେ ୮୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇ ଘରକୁ ଫେରିଲେ ୧୦୭

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ଠାରୁ  ବଳି ପଡିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟା ଭିତରେ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।  ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଟି କ୍ବାରେଣ୍ଟାଇନ ଓ  ୨୪ଟି ଲୋକାଲ କେସ୍ ରହିଛି । ସବୁଠାରୁ ଉଦବେଗ ସ୍ଥିତିରେ ଅଛି ଆଇଗେଣିଆ ଆଳୁଗଦୀ। କାରଣ ଆଳଗଦୀରେ ଚିହ୍ନଟ ହୋଇଛନ୍ତି ୧୭ ଜଣ ପଜିଟିଭ୍। ସେହିଭଳି ରିଜର୍ଭ ପୋଲିସ କଲୋନୀରୁ ୭ ଜଣ, ଗୌତମ ନଗର ବସ୍ତିରୁ ୫ ଜଣ,ଜିଜିପି କଲୋନୀରୁ ୩, ଜାଗମରା ଉପର ସାହିରୁ ୩, ବଡଗଡ ନୂଆ ସାହିରୁ ୪, ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ୩, ୟୂନିଟ -୮ ସିବିଆଇ କଲୋନୀରୁ ୨, ୟୂନିଟ ୬ ରୁ ୨,  ବିଜେବି ନଗରରୁ ୨ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ।

ସେହିଭଳି ପୋଖରିପୁଟ,  ସିଆରପିଏଫ କ୍ୟାମ୍ପସ୍, ଜାଗମରା, ସତ୍ୟନଗର ପଞ୍ଜବୀ କଲୋନୀ, ପୋଖରୀପୁଟ ଆନନ୍ଦବିହର, କଲ୍ପନା ଛକ, କପିଳପ୍ରସାଦ ଚମ୍ପତ୍ତିସାହି, ଭୀମଟାଙ୍ଗୀ ଭୀମେଶ୍ବର ପାଟଣା, ଚକେଇସିଆଣୀ, ଟଙ୍କପାଣି ରୋଡ, ପୂରୁଣା ଭୁବନେଶ୍ବର ଶ୍ରୀରାମ ନଗର,ବଡଗଡ ବ୍ରିଟ୍ କଲୋନୀ, ଆଚାର୍ଯ୍ୟବିହାର ବିଶେଶ୍ବର ବସ୍ତି, ଡେଲଟା କଲୋନୀ, ପୂରୁଣା ଭୁବନେଶ୍ବରର ରାମେଶ୍ବର ପାଟଣାର ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଏହା ସହିତ ସରକାରୀ  ଡାକ୍ତରଖାନାର ଜଣେ କର୍ମଚାରୀ, ବେସରକାରୀ ହସ୍ପିଟାଲର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଲୋକାଲ କଣ୍ଟାକ୍ଟ କେସ୍

ସେହିଭଳି  ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଅଛନ୍ତି ଗଙ୍ଗନଗରର ଦୁଇଜଣ, ବିଜେବି ନଗରର ଦୁଇଜଣ, ୟୂନିଟ-୬ ରାଧାକୃଷ୍ଣ ବସ୍ତିର ଦୁଇଜଣ ଆକ୍ରାନ୍ତ। ଏହା  ସହିତ ପୋଖରୀପୁଟ, ଡୁମୁଡୁମା ଫେଜ-୨,ରାମେଶ୍ବର ପାଟଣା, ବଡ଼ଗଡ଼ ବ୍ରିଟ କଲୋନୀ, ନୟାପଲ୍ଲୀ ସିଆରପି ଅଞ୍ଚଳ, କୋଳାଥିଆ,ତମାଣ୍ଡୋ, ନୟାପଲ୍ଲୀ ଶ୍ରୀରାମ ବିହାର, ଭରତପୁର ଲେବର ବସ୍ତି, ସତ୍ୟନଗର ବିଗବଜାର ପାଖ, ୟୂନିଟ-୬ ଫରେଷ୍ଟ ପାର୍କ ନିକଟ, ଖାରବେଳ ନଗର ପ୍ରେସ କଲୋନୀ, ୟୂନିଟ-୬ ଭୀମପୁର, ସତ୍ୟନଗର ହାଉସିଂ ବୋର୍ଡ କଲୋନୀ, ମଞ୍ଚେଶ୍ବର ବ୍ଲୁ-ହୁଇଲ ହସ୍ପିଟାଲ ନିକଟ, ପୂରୁଣା ଭୁବନେଶ୍ବର ମହତାବ ରୋଡ ଅନନ୍ତନଗର, ନିଳାଦ୍ରୀ ବିହାର ସେକ୍ଟର ୩ର ଜଣେ  ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.