ରଙ୍ଗେଇଲୁଣ୍ଡା: ସିଲ୍କି ସିଟି ବସରେ ବିଦ୍ୟୁତ ଲାଗିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ୟଜ୍(ବ୍ୟୁରୋ): ରଙ୍ଗେଇଲୁଣ୍ଡା ମେଣ୍ଢରାଜପୁର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କିଭଳି ଓ କେଉଁ ପରିସ୍ଥିତିରେ ବସ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ତାର ତଦନ୍ତ ହେବ । ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ହେବ ତଦନ୍ତ କରାଯିବ । ବିଦ୍ୟୁତ କିପରି ଲାଗିଲା ସେ ନେଇ ତଦନ୍ତ ହେବ ଏବଂ ଭୁଲ୍‌ ଥିଲେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ବସ୍‌ ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ୬ ଜଣଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆହତ ହୋଇଥିବା ସମସ୍ତ ୨୫ ଜଣଙ୍କର ମାଗଣା ଚିକିତ୍ସା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଆହତ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.