ବଦଳିଲା କରୋନା ଭାଇରସ୍‌ର ନାଁ, ଏବେ ଏହି ନୂଆ ନାମରେ ଚିହ୍ନଟ ହେବେ ରୋଗୀ

କରୋନା ଭାଇରସ୍‌ ଯୋଗୁ ଏବେ ପର୍ଯ୍ୟନ୍ତ ଚୀନ୍‌ରେ ୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। କେତେକ ଦେଶ ମଧ୍ୟ ଏହି ମାରାତ୍ମକ ରୋଗ ଯୋଗୁ ପ୍ରଭାବିତ ହୋଇଛନ୍ତି। କରୋନାରେ ପ୍ରାୟ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେବେ ଇତି ମଧ୍ୟରେ କରୋନାକୁ ନେଇ ଚୀନ ସରକାର ଏକ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା କରୋନାର ନାଁକୁ ନେଇ କରାଯାଇଛି। ଚୀନ ସରକାର କରୋନାର ସମ୍ପୂର୍ଣ୍ଣ ନାମ ଜାରି କରିଛନ୍ତି।

Image result for corona virus

ଚୀନ୍‌ର ମିଡିଆ ରିପୋର୍ଟ ମୁତାବକ ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏହି ଭାଇରସ୍‌ର ଏକ ଅଫିସିଆଲ ନାଁ ଦେଇଛି। ଏବେ ଏହାକୁ ‘ନୋବେଲ କରୋନା ଭାଇରସ ନିମୋନିଆ’ ବା ଏନ୍‌ସିପି ଭାବେ ନାମିତ କରାଯାଇଛି। ଏବେ ଚୀନ୍‌ର ସରକାରୀ ବିଭାଗ ଓ ସଂଗଠନ ଏହି ନାଁକୁ ବ୍ୟବହାର କରିବେ।

Image result for corona virus in china

ଭାଇରସ୍‌ର ନାମକରଣ ନେଇ ଇଣ୍ଟରନ୍ୟାସନାଲ କମିଟି ଅନ୍‌ ଟେକ୍ସୋନାମୀ ଅଫ ଭାଇରସ୍‌ ନିଷ୍ପତ୍ତି ନେଇଛି। ଏହି ନୂଆ ନାଁକୁ ବୈଜ୍ଞାନିକ ପତ୍ରିକା ପାଇଁ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

Image result for corona virus

ଅନ୍ୟପଟେ ଚୀନ୍‌ର ଅନ୍ୟ ସହରର ଅବସ୍ଥା ଧୀରେ ଧୀରେ ଅଧିକ ଗମ୍ଭୀର ହୋଇଯାଉଛି। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନ ତରଫରୁ ତ୍ୱରିତ କାର୍ଯ୍ୟ ଜାରି ରହିଛି। କିଛି ଆକ୍ରାନ୍ତଙ୍କୁ ଘରୁ ମଧ୍ୟ ଘୋଷାଡ଼ି ଘୋଷାଡ଼ି ଅଣାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.