Below header

ଆପଣଙ୍କ ମସ୍ତିଷ୍କକୁ ଦିନ ତମାମ କଣ ରଖେ ସକ୍ରିୟ ? କଫି ନା ବ୍ୟାୟାମ, ଜାଣନ୍ତୁ

ବର୍ତ୍ତମାନ ସମୟରେ ଶରୀର ସହିତ ମସ୍ତିସ୍କ ବି ଫିଟ ରହିବା ନିହାତି ଆବଶ୍ୟକ । କିଛି ଲୋକ ନିଜ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ଦିନ ତମାମ ଚାହା, କଫି ପରି ପାନୀୟ ପିଇଥାନ୍ତି । କିନ୍ତୁ ଆବଶ୍ୟକତାରୁ ଅଧିକ କଫି ପିଇବା ଶରୀରକୁ ଆକ୍ଟିଭ କରିବା ବଦଳରେ ଅଧିକ କ୍ଷତିକାରୀ ହୋଇଥାଏ ।

କଫିର ପ୍ରତିକ୍ରିୟା:

କଫିରେ ଅଧିକ ମାତ୍ରାରେ କେଫିନ ଥାଏ । ଯାହା ମଣିଷର ନିଦ ଉପରେ ବି ଏକ ଗଭୀର ପ୍ରଭାବ ପକାଇଥାଏ । ଯଦି ଆପଣ ଦିନରେ ଦୁଇ କପରୁ ଅଧିକ ପିଉଥାନ୍ତି ତେବେ ରାତିରେ ଶୋଇବା ସମୟରେ ଜମା ବି ନିଦ ଆସି ନଥାଏ । ଯଦି ବି ନିଦ ହୁଏ କିନ୍ତୁ ଆବଶ୍ୟକ ପରିମାଣର ନିଦ ହୋଇନଥାଏ ।

coffee

କଫିରୁ ହେଉଥିବା ଅନ୍ୟ ଅପକାରିତା:

– ମୁଣ୍ଡ ବ୍ୟଥା
– ହୃଦଯନ୍ତ୍ର ଦ୍ରୁତ ଗତିରେ କାମ କରିଥାଏ
– ମନରେ ଏକ ପ୍ରକାର ଭୟ ଜନ୍ମ ନେଇଥାଏ
– ପେଟ ଦରଜ
– ଅଧିକ ଗ୍ୟାସ ଓ ଏସିଡ଼ିଟି ହେବା
– ଶରୀର ଥରିବା

ଅନ୍ୟ ପକ୍ଷରେ ଆଜିକାଲିର ଲୋକଙ୍କ ପାଖରେ ଏକ୍ସରସାଇଜ ପାଇଁ ଅଧିକ ସମୟ ନଥାଏ । କିନ୍ତୁ ତେବେ ବି ଚେଷ୍ଟା କରନ୍ତୁ ଯେମିତି ଅତି କମରେ ଦିନକୁ ୪୫ ମିନିଟ ବ୍ୟାୟାମ କରିବେ । ଏମିତି କଲେ ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ସ୍ଥିତି ଦୃଢ ହୋଇଥାଏ ।

ଯଦି ଆପଣ ପ୍ରତିଦିନ ସକାଳୁ ଉଠି ୪୫ ମିନିଟ ବ୍ୟାୟାମ କରନ୍ତି ତେବେ ବାକି ସମୟ ଆପଣ ଏକ ଭିନ୍ନ ପ୍ରକାରର ଆକ୍ଟିଭ ଅନୁଭବ କରିବେ । ଆପଣଙ୍କ ଠାରେ ବି ଏକ ଆତ୍ମବିଶ୍ୱାସ ଦେଖାଦେବ । ସେହି ଆତ୍ମବିଶ୍ୱାସର ସହ କାମ କରି ଆପଣ ସମସ୍ତ କାମରେ ସଫଳତା ମଧ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.