ବର୍ଷ ଆରମ୍ଭରୁ କରୋନା, ତା ପରେ…? ଏହି ୪ଟି କାରଣରୁ ଧ୍ୱଂସ ହୋଇଯିବ ବିଶ୍ୱ, ସତ ହେବ କି Nostradamusଙ୍କ ଭବିଷ୍ୟବାଣୀ!

୧୫୦୩, ଡିସେମ୍ବର ୧୪ରେ ଫ୍ରାନ୍ସରେ ଜନ୍ମ ହୋଇଥିଲେ ଜ୍ୟୋତିଷ ବିଶାରଦ ନୋଷ୍ଟ୍ରାଦମସ୍‌। ସେ ନିଜ ପୁସ୍ତକ ‘ପ୍ରୋଫେସିଜ୍‌’ରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେଥିମଧ୍ୟରୁ କିଛିଟା ଭବିଷ୍ୟତରେ ସତ ହେବା ନେଇ ଦାବି କରାଯାଉଛି। ତେବେ ଆସନ୍ତୁ ଜାଣିବା, ସେହି ଭବିଷ୍ୟବାଣୀ ସମ୍ପର୍କରେ।

n1

୧. ତୃତୀୟ ବିଶ୍ୱଯୁଦ୍ଧ

‘ପ୍ରୋଫେସିଜ୍‌’ ପୁସ୍ତକରେ ନୋଷ୍ଟ୍ରାଦମସ୍‌ ଲେଖିଛନ୍ତି ଯେ ଏକ ବୁଡ଼ାଜାହାଜରେ ଅସ୍ତ୍ରଶସ୍ତ୍ର ଏବଂ ଦସ୍ତାବିଜ୍‌ ଧରି ଜଣେ ବ୍ୟକ୍ତି ଇଟାଲିର ତଟରେ ପହଞ୍ଚିବ ଏବଂ ଯୁଦ୍ଧ ଆରମ୍ଭ କରିବ। ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ଚାଲିଥିବ, ସେହି ସମୟରେ ଚୀନର ରାସାୟନିକ ଆକ୍ରମଣ ଏସିଆରେ ଧ୍ୱଂସ ଏବଂ ମୃତ୍ୟୁର କାରଣ ହେବ।

nnn

୨. ଧ୍ୱଂସଲୀଳା ରଚିବ ଉଲ୍‌କାପିଣ୍ଡ

ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ବିଶ୍ଳେଷଣ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ ସମୟରେ ଆକାଶରୁ ଏକ ନିଅାଁ ପିଣ୍ଡୁଳା ପୃଥିବୀ ଉପରେ ପଡ଼ିବ। ଏହା ହିନ୍ଦୁ ମହାସାଗରରେ ନିଅାଁ ଝଡ଼ ସୃଷ୍ଟି କରିବ। ଏହାଦ୍ୱାରା ବିଶ୍ୱର କେତେକ ରାଷ୍ଟ୍ର ଜଳମଗ୍ନ ହୋଇଯିବ। ମହାକାଶରେ ଏମିତି ଦୁଇଟି ଉଲ୍‌କାପିଣ୍ଡ ଅଛି, ଯାହା ପୃଥିବୀ ଆଡ଼କୁ ମାଡ଼ି ଆସୁଛନ୍ତି। ତାହା ହେଲା, ୨୦୦୫ ବାୟ-ୟୁ ୫୫ ଏବଂ ଏପୋଫିସ୍‌। ଏପୋଫିସ୍‌ ପ୍ରତି ଘଣ୍ଟା ୩୭୦୧୪.୯୧ କିଲୋମିଟର ବେଗରେ ପୃଥିବୀ ସହ ଧକ୍କା ହୋଇପାରେ।

nn

୩. ମହାମାରୀରେ ମରିବ ସାରା ବିଶ୍ୱ

ବିଶ୍ୱରେ ଏଡ୍‌ସ ପୂର୍ବରୁ ପ୍ଲେଗ୍‌ ଏକ ମହାମାରୀ ଥିଲା, ଯାହା ସଂସ୍ପର୍ଶରେ ଆସି ଲକ୍ଷ ଲକ୍ଷ ଲୋକ ମରିଯାଇଥିଲେ। ସେ ସମୟରେ କଳାଜ୍ୱର ଏବଂ ହଇଜା ମଧ୍ୟ ବ୍ୟାପିଥିଲା। ବର୍ତ୍ତମାନ ଇବୋଲା, ବାର୍ଡ ଫ୍ଲୁ, ସ୍ୱାଇନ୍‌ ଫ୍ଲୁ ଏବଂ କରୋନା ଭାଇରସ୍‌ ଯୋଗୁ ବିଶ୍ୱରେ ମହାମାରୀ ବଢ଼ିଚାଲିଛି।

n2

୪. ଜଳବାୟୁ ପରିବର୍ତ୍ତନ

ନୋଷ୍ଟ୍ରାଦମସ୍‌ଙ୍କ ମୁତାବକ, ପାଗରେ ଅନେକ ପରିବର୍ତ୍ତନ ଆସିବ। ପ୍ରାକୃତିକ ବିପଯ୍ୟର୍ୟ ବଢ଼ିଚାଲିବ। ବନ୍ୟା, ବାତ୍ୟା, ଗରମ ଓ ଭୂମିକମ୍ପର ପ୍ରକୋପ ଅଧିକ ରହିବ। ଗରମର ମାତ୍ରା ଏତେ ବଢ଼ିଯିବ ଯେ ଜଙ୍ଗଲରେ ନିଅାଁ ଲାଗିବ। ମାଟି ତଳେ ପାଣି ଶୁଖିଯିବ, କିନ୍ତୁ ସମୁଦ୍ରର ଜଳସ୍ତର ବଢ଼ିଚାଲିବ। ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବ ଗତବର୍ଷରୁ ହିଁ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ପାଗ ଏବେ ଅସହ୍ୟ ହୋଇଯାଉଛି। ଗରମ ଦିନେ ଅତିଶୟ ଗରମ, ଥଣ୍ଡା ଦିନେ ପ୍ରବଳ ଥଣ୍ଡା ଏବଂ ବର୍ଷାରେ ଚାରିଆଡ଼େ ବନ୍ୟା ଦୃଶ୍ୟ ଦେଖିବାକୁ ମିଳୁଛି।

n7

ନୋଷ୍ଟ୍ରାଦମସ୍‌ ଲେଖିଛନ୍ତି ଯେ ଉତ୍ତର ଏବଂ ଦକ୍ଷିଣ ମେରୁ ତରଳିବା ଆରମ୍ଭ ହୋଇଯିବ। ତେବେ ନୋଷ୍ଟ୍ରାଦମସ୍‌ଙ୍କ ଛଡ଼ା ଗ୍ଲୋବାଲ୍‌ ଓ୍ଵାର୍ମିଂ ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି, ଉତ୍ତର ମେରୁ ପୂର୍ବରୁ ହିଁ ଅଧିକ ଗରମ ହୋଇସାରିଛି। କିନ୍ତୁ ଏ ପଯ୍ୟର୍ନ୍ତ ଦକ୍ଷିଣ ମେରୁ ସମ୍ପର୍କରେ ବୈଜ୍ଞାନିକମାନେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.