ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଛିଦ୍ରର ଚିକିତ୍ସା ! ଏସସିବିରେ ଉପଲବ୍ଧ

କଟକ(କେନ୍ଯୁଜ୍): ଏସସିବି ମେଡିକାଲ ହୃଦରୋଗ ବିଭାଗରେ ଗତକାଲି ୪ ଜଣ ଶିଶୁ ରୋଗୀ ଓ ଦୁଇଜଣ ବୟସ୍କ ବ୍ୟକ୍ତି ଏଭଳି ୬ ଜଣ ରୋଗୀଙ୍କ ହୃତପିଣ୍ଡରେ ଥିବା ଛିଦ୍ରକୁ ଡିଭାଇସ କ୍ଲୋଜର ମାଧ୍ୟମରେ ବନ୍ଦ କରାଯାଇଛି। ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଏହି ଛିଦ୍ରର ଚିକିତ୍ସା କରାଯାଇ ପାରିଛି। ପୂର୍ବରୁ ଏହି ଚିକିତ୍ସା ପାଇଁ ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। କୋଭିଡ ସମୟରୁ ଏହି ଚିକିତ୍ସା ଏସସିବିରେ ଉପଲବ୍ଧ ହେଉଛି।

ଏହି ଶିଶୁରୋଗୀ ମାନଙ୍କ ମଧ୍ୟରୁ ଦୁଇଜଣ କେନ୍ଦ୍ରାପଡାରୁ, ଜଣେ ଜଗତସିଂହପୁର ଓ ଅନ୍ୟଜଣେ ବୌଦ୍ଧ ଜିଲ୍ଲାରୁ ବୋଲି ଜଣା ପଡ଼ିଛି। ଏସସିବିରେ ଗତ ୪ ମାସ ମଧ୍ୟରେ ଏହିଭଳି ୨୫ ଜଣ ରୋଗୀଙ୍କର ସଫଳତାର ସହ ଏହି ଚିକିତ୍ସା କରାଯାଇ ଥିବା ଜଣାପଡ଼ିଛି। ଏସସିବି କାର୍ଡିଓଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସତ୍ୟ ନାରାୟଣ ରାଉତରାୟ, ଡାକ୍ତର ସୁଦୀପ ବର୍ମା, ଡାକ୍ତର ଏନ କେ ମହାନ୍ତି, ଡାକ୍ତର ବିଜୟ ଦାଶ ପ୍ରମୁଖ ଏହି ସଫଳ ଚିକିତ୍ସା କରାଇଛନ୍ତି। ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ଶିଶୁରୋଗୀ ମାନଙ୍କର ଏଭଳି ଚିକିତ୍ସା ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.