ଟ୍ରାଙ୍ଗେଲ୍ ଲଭଷ୍ଟାରୀ : ପୁରୁଷ ବନ୍ଧୁ ସହ ମିଶି ପ୍ରଥମ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର : ରାଜଧାନୀ ଏବେ ଅପରାଧର ରାଜଧାନୀ ମଧ୍ୟ ପାଲଟିବାରେ ଲାଗିଛି। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ନିଜର ପୁରୁଷ ବନ୍ଧୁ ସହ ମିଶି ପ୍ରଥମ ପ୍ରେମିକକୁ ହତ୍ୟା କରିଛି ପ୍ରେମିକା। ପୋଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଅଭିଯୋଗ ଅନୁସାରେ, ତ୍ରିକୋଣୀୟ ପ୍ରେମରୁ ଘଟିଛି ଏହି ମର୍ଡର। ଘର ଚଟାଣରେ ବୈଜୟନ୍ତ ପ୍ରସାଦ ମହାନ୍ତିଙ୍କ ମୃତଦେହ ପଡ଼ିଥିବା ବେଳେ ଗାମୁଛାରେ ତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି। ରାସ୍ତାରେ କଣ୍ଟା ସାଜିବାରୁ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ଚନ୍ଦନ ପତି ମିଶି ବୈଜୟନ୍ତଙ୍କୁ ହତ୍ୟା କରିଛନ୍ତି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏଥିସହ ହତ୍ୟାରେ ବ୍ୟବହୃତ ଗାମୁଛା ଓ ବାଇକ୍ ଜବତ ହୋଇଛି ।

ମୃତ ବୈଜୟନ୍ତଙ୍କ ଘର କଟକ ଜିଲ୍ଲା ରଘୁନାଥପୁର ଅଞ୍ଚଳରେ। ସେ ଜଣେ ମେରାଇନ୍ ଇଞ୍ଜିନିୟର। ଜଗତ୍ସିଂହପୁରର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ। କିଛିମାସ ତଳେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । କାରଣ ଯୁବତୀ ଜଣଙ୍କ ପୁରୀର ଚନ୍ଦନ ପତିଙ୍କୁ ଭଲ ପାଉଥିଲେ । ଏହାପରେ ବୈଜୟନ୍ତଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଚନ୍ଦନ କରିଥିଲେ ବ୍ଲୁ ପ୍ରିଣ୍ଟ । ଯୋଜନା ଅନୁସାରେ ଗତକାଲି ବୈଜୟନ୍ତଙ୍କୁ ଯୁବତୀ ଭୁବନେଶ୍ୱରକୁ ଫୋନ୍ କରି ଡାକିଥିଲେ। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଚନ୍ଦନଙ୍କ ଅଫିସକୁ ବୈଜୟନ୍ତ ଅସିବା ପରେ ଉଭୟ ତାଙ୍କର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.