Below header

କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ, ପାଳିତ ହେଉଛି ସହିଦ ସ୍ମୃତି ଦିବସ

ଆଜି ସହିଦ୍ ଦିବସ । ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ। ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଉଛି । ଆଜିର ଦିନକୁ ମୃତକଙ୍କ ପରିବାର ଓ ବିସ୍ଥାପନ ବିରୋଧୀ ସମର୍ଥନ ମାନେ ଏହି ଦିବସକୁ ସହିଦ ଦିବସ ଭାବେ ପାଳନ କରି ଆସୁଛନ୍ତି ।

ଯାଜପୁର (କେନ୍ୟୁଜ): ଆଜି ସହିଦ୍ ଦିବସ । ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ। ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଉଛି । ୨୦୦୬ ଜାନୁଆରୀ ଦୁଇ ତାରିଖରେ କାରଖାନା ପାଇଁ ଚମ୍ପାକୋଇଲ ନୂଆଗାଁ ନିକଟସ୍ଥ ଚାଷ ଜମିରେ ଜମି ସମତୁଲକୁ ନେଇ ପୋଲିସ ପ୍ରଶାସନ ଏବଂ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ କଳିଙ୍ଗନଗର ରକ୍ତ ରଞ୍ଜିତ ହେବା ସହ ପୋଲିସ ଗୁଳିରେ ୧୩ଜଣ ନୀରିହ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା। ସଂଘର୍ଷରେ ପୋଲିସ କର୍ମଚାରୀ ଗୋପି ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା ।

ଆଜିର ଦିନକୁ ମୃତକଙ୍କ ପରିବାର ଓ ବିସ୍ଥାପନ ବିରୋଧୀ ସମର୍ଥନ ମାନେ ଏହି ଦିବସକୁ ସହିଦ ଦିବସ ଭାବେ ପାଳନ କରି ଆସୁଛନ୍ତି । ସହିଦ ସଭା କରିବା ପୂର୍ବରୁ ଆମ୍ବ ଗଡ଼ିଆ ସ୍ମୃତି ପୀଠରୁ ଏକ ଗଣଦୌଡ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲାକୁ ଯିବ। ସେଠାରେ ପ୍ରତିବର୍ଷ ଭଳି ମାୟାମଲିଙ୍ଗ ପୂଜାର୍ଚ୍ଚନା କରାଯାଇ ପାରମ୍ପରିକ ପଦଯାତ୍ରା ବୀରଭୂମି ପର୍ଯ୍ୟନ୍ତ ଯିବ ବୋଲି ଜଣାପଡ଼ଛି । ମୃତକଙ୍କ ସମାଧି ପିଠରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ସମର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରଖାଯାଇଥିବା ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ ରବିନ୍ଦ୍ର ଜାରିକା ସୂଚନା ଦେଇଛନ୍ତି । ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୧୨ ପୋଲିସ ଅଫିସର୍, ୪ ଆଇଆଇସି, ଜଣେ ଡିଏସପି ଏବଂ ଜଣେ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.