Below header

କାଳ ହେଲା କୁହୁଡ଼ି: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ମୃତ; ୪୦ରୁ ଅଧିକ ଆହତ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ାରେ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଘଟଣାସ୍ଥଳରେ ୨ ଜଣ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି ।

ସାଲେପୁର (କେନ୍ୟୁଜ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ାରେ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଘଟଣାସ୍ଥଳରେ ୨ ଜଣ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

କଟକ ଜିଲ୍ଲା ସାଲେପୁର- ଚାନ୍ଦବାଲି ରାସ୍ତାର କଟରପଡାଠାରେ ଆଜି ସକାଳୁ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍ ଓ ଟ୍ରକ୍ । ସ୍ଥାନୀୟ ଲୋକ, ପୋଲିସ୍ ଓ ଅଗ୍ନିଶମ ବିଭାଗ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଉଭୟ ବସ୍ ଓ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ପ୍ରବଳ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଇଛି । ବସଟି ଭଦ୍ରକ ଚାନ୍ଦବାଲିରୁ କଟକ ଆସୁଥିଲା । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.