Below header

ଜାପାନ ପରେ ଥରିଲା ମିଆଁମାର, ତୀବ୍ରତା ୪.୩

ଜାପାନ ପରେ ମିଆଁମାରରେ ୪.୩ ତୀବ୍ରତାର ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ମିଆଁମାରରେ ଜାନୁଆରୀ ୨ ତାରିଖ ୩ଟା ୧୫ ମିନିଟ ୫୩ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଜାପାନ ପରେ ମିଆଁମାରରେ ଭୂକମ୍ପ ଝଟକା । ଏହାର ତୀବ୍ରତା ୪.୩ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ମିଆଁମାରରେ ଜାନୁଆରୀ ୨ ତାରିଖ ୩ଟା ୧୫ ମିନିଟ ୫୩ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ୮୫ କିଲୋମିଟର ରହିଥିଲା ।

ତେବେ ସୋମବାର ନୂଆବର୍ଷରେ ଜାପାନରେ ୧୫୦ରୁ ଅଧିକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ଜାପାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ସ୍ଥାନୀୟ ଅଧିକାରୀ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ।

ଗତକାଲି ରାତି ସୁଦ୍ଧା ଜାପାନର ପଶ୍ଚିମ ଉପକୂଳରେ ଥିବା ହୋନସୁ ଉପଦ୍ବୀପରୁ ପାଖାପାଖି ୯୭ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ଗତକାଲି ୭.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ପଶ୍ଚିମ ଜାପାନ । ଥରେ ନୁହେଁ, ପଛକୁ ପଛ ୨୧ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିଦ୍ୟୁତ ସରବରାହ ୩୨ ହଜାରରୁ ଅଧିକ ଘର ଅନ୍ଧାରରେ ରହିଛି ।  ଭୂକମ୍ପ ପରେ ସମୁଦ୍ରରୁ ମାଡ଼ି ଆସିଲା ସୁନାମୀ ଜୁଆର । ଜାପାନ ପଶ୍ଚିମ ଉପକୂଳର ଅନେକ ସହରକୁ ଛୋଟ ସୁନାମୀ ହିଟ୍ କରିଛି । ପୂରା ପଶ୍ଚିମ ଉପକୂଳ ପାଇଁ ସୁନାମୀ ଆଲର୍ଟ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.