Below header

ଦୀର୍ଘ ୨୪ ଘଣ୍ଟା ପରେ ମିଳିଲା ଶୁଭମ୍ , ହେଲେ ଜୀବିତ ନୁହେଁ…

କାଲି ଯାହା ପାଇଁ ପୁରି ଉଠୁଥିଲା ଘର ଆଜି ତାକୁ ଖୋଜୁଛି ଆଖି । କାଲି ଯାହାର କଥା ଶୁଣି ସମସ୍ତଙ୍କ ଓଠରେ ହସ ଫୁଟିଉଠୁଥିଲା ଆଜି ତାର ଗୋଟେ ଝଲକ ଦେଖିବା ପାଇଁ ବିକଳ ହେଉଛି ମନ । ହଜିଯାଇଛି ସମସ୍ତଙ୍କ ନିଦ । କାହିଁକିନା ଘରର ଏକୋଇର ବଳା ବିଶିକେସନ କୁଆଡେ ହଜିଯାଇଛି । ସନ୍ଧାନୀ କୁକୁର ସହାୟତାରେ ଚାଲିଛି ଖୋଜା । କୁଆଡେ ଗଲା ଶୋଭମ୍ ।

ସୋର(କେନ୍ୟୁଜ):  କାଲି ଯାହା ପାଇଁ ପୁରି ଉଠୁଥିଲା ଘର ଆଜି ତାକୁ ଖୋଜୁଛି ଆଖି । କାଲି ଯାହାର କଥା ଶୁଣି ସମସ୍ତଙ୍କ ଓଠରେ ହସ ଫୁଟିଉଠୁଥିଲା ଆଜି ତାର ଗୋଟେ ଝଲକ ଦେଖିବା ପାଇଁ ବିକଳ ହେଉଛି ମନ । ହଜିଯାଇଛି ସମସ୍ତଙ୍କ ନିଦ । କାହିଁକିନା ଘରର ଏକୋଇର ବଳା ବିଶିକେସନ ସବୁଦିନ ପାଇଁ କୁଆଡେ ହଜିଯାଇଛି । ସନ୍ଧାନୀ କୁକୁର ସହାୟତାରେ ଚାଲିଥିଲା ଖୋଜା । ସମସ୍ତଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ କୁଆଡେ ଗଲା ଶୁଭମ୍ ? ହେଲେ ଦୀର୍ଘ ୨୪ ଘଣ୍ଟା ପରେ ମିଳିଲା ଶୁଭମ୍ ର ମୃତଶରୀର।  ବହୁ ଖୋଜାଖୋଜି  ପରେ ମିଳିଲା ନିଖୋଜ ଶୁଭମ୍ ର ମୃତଶରୀର। ଘର ପାଖରେ ଖେଳୁଥିବାବେଳେ ଅପହରଣ ହୋଇଥିବା ନେଇ ଅଭିଯୋଗ କରାଯାଇଥିବାବେଳେ ଏବେ ମିଳିଛି ମୃତଶରୀର ।

ବାଲେଶ୍ବର ଜିଲ୍ଲା ସୋର ଥାନା ରାଇପୁର ଗାଁରୁ ୩ ବର୍ଷର ଶିଶୁ ପୁତ୍ର ଶୁଭମ୍ କୁ କିଏ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ନୂଆବର୍ଷରେ ଘଟିଛି ଏହି ଅଘଟଣ । ଶୁଭମ୍ ରାଇପୁର ଗାଁର ମୋହନ ସାହୁଙ୍କ ପୁଅ । ଅଭିଯୋଗ ହୋଇଥିଲା ଯେ,ଗତକାଲି ଶୁଭମ୍ ଓ ତାଙ୍କ ୭ ବର୍ଷ ଭଉଣୀ ଘର ପାଖରେ ଖେଳୁଥିଲେ। କିଛି ସମୟ ପରେ ଭଉଣୀ ଘରକୁ ପଳାଇଯାଇଥିବାବେଳେ ଶୁଭମ୍ ଏକୁଟିଆ ବାହାରେ ଖେଳୁଥିଲା।

ଦୀର୍ଘ ସମୟ ଧରି ପୁଅକୁ ନପାଇ ପରିବାର ଓ ଗାଁଲୋକେ ଗାଁର ବିଭିନ୍ନ ପୋଖରୀ, ବସଷ୍ଟାଣ୍ଡ ଓ ଷ୍ଟେସନରେ ଖୋଜାଖୋଜି କରିଥିଲେ। ତଥାପି ଶୋଭମଙ୍କ ପତ୍ତା ମିଳିନଥିଲା।ନିଖୋଜ ନେଇ ପରିବାରଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ସନ୍ଧାନୀ କୁକୁର ମଧ୍ୟ ତନାଘନା କରିଥିଲା। ତେବେ ୨୪ ଘଣ୍ଟା ପରେ କୁନି ପୁଅର ପତ୍ତା ମିଳିଛି ହେଲେ ପୁଅ ଆଉ ଜୀବିତ ନାହଁ । ଏପଟେ, ଆଜି ପୋଖରୀରେ ମୃତଦେହ ଉଦ୍ଧାର ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ପୋଖରୀ ପାଖକୁ ଗଲେ ଶୋଭମ୍ ? ୩ ବର୍ଷର ପିଲା ସେଠାକୁ ଗଲା କାହିଁକି ? ହତ୍ୟା ସନ୍ଦେହ କରାଯାଉଛି । ଅଧିକ ଖୋଳତାଡ କରୁଛି ସୋର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.