Below header

ଜଳିଗଲା ଫାଷ୍ଟ ଫୁଡ ଦୋକାନ, ଅଗ୍ନିକାଣ୍ଡରେ ଫାଟିଲା LPG ସିଲିଣ୍ଡର

ନିଆଁ ଲାଗି ଜଳିଗଲା ଫାଷ୍ଟ ଫୁଡ୍ ଦୋକାନ । ପୁରୀ ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ ନିକଟ ମଙ୍ଗଳପୁର ବଜାରରେ ଥିବା ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ହୋଇଛି ।

ପିପିଲି (କେନ୍ୟୁଜ): ନିଆଁ ଲାଗି ଜଳିଗଲା ଫାଷ୍ଟ ଫୁଡ୍ ଦୋକାନ । ପୁରୀ ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ ନିକଟ ମଙ୍ଗଳପୁର ବଜାରରେ ଥିବା ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି LPG ସିଲିଣ୍ଡର ବିସ୍ଫୋରଣ ହେବା ସହ ହୋଟେଲର ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ପାଖ ଅଳିଆଗଦାରୁ ନିଆଁ ବ୍ୟାପିବା ପରେ ଫାଷ୍ଟ ଫୁଡ୍ ଦୋକାନରେ ନିଆଁ ଲାଗି ଥିବା ସ୍ପଷ୍ଟ ହୋଇଛି । ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.