ରାମ ମନ୍ଦିରରେ ପୂଜା ପାଇବେ ବାଳକ ରାମ, ମୂର୍ତ୍ତି ତିଆରି କରିଛନ୍ତି ଯୋଗୀରାଜ ଅରୁଣ

ରାମ ମନ୍ଦିରରେ ବାଳନ ରାମ ପୂଜା ପାଇବେ । ୨୨ ଜାନୁଆରୀରେ ଏହା ପ୍ରାଣ ପ୍ରତିଷ୍ଠା କରାଯିବ । ବାଳକ ରାମ ମୂର୍ତ୍ତି ତିଆରି କରିଛନ୍ତି ଯୋଗୀ ରାଜ ଅରୁଣ । ଯୋଗୀରାଜ ଅରୁଣ କିଏ ? ଜାଣନ୍ତୁ ତାଙ୍କ ବିଷୟରେ

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପାଖେଇ ଆସୁଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏଥିପାଇଁ ସବୁକିଛି ଜୋରସୋରରେ କାମ ଆଗେଇ ଚାଲିଛି । ଭଗବାନ ରାମ ବାଳକ ଭାବେ ରାମ ମନ୍ଦିରରେ ବିରାଜ କରିବେ । ଏଥିପାଇଁ ମୂର୍ତ୍ତି ଚୟନ ହୋଇସାରିଛି । ଏହା ଭିତରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟୁଇଟ୍ କରି ଏକଥା ଜଣାଇଛନ୍ତି । ଏହାକୁ ଦେଶର ପ୍ରସିଦ୍ଧ ମୂର୍ତ୍ତି କାରିଗର ଯୋଗୀରାଜ ଅରୁଣ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ରାମ ମନ୍ଦିରରେ ସ୍ଥାପନ କରାଯିବ ।

ମନ୍ତ୍ରୀ ଲେଖିଛନ୍ତି, ‘ଯେଉଁଠାରେ ରାମ ଅଛନ୍ତି, ସେଠାରେ ହନୁମାନ ରହିଛନ୍ତି । ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମୂର୍ତ୍ତି ଚୟନ ହୋଇସାରିଛି । ଆମେ ଦେଶର ପ୍ରସିଦ୍ଧ ମୂର୍ତ୍ତିକାର, ଆମ ଗୌରବ ଯୋଗୀରାଜ ଅରୁଣ । ତାଙ୍କ ଦ୍ୱାରା ନିର୍ମିତ ଭଗବାନଙ୍କ ମୂର୍ତ୍ତି ଅଯୋଧ୍ୟାରେ ସ୍ଥାପିତ କରାଯିବ ।

ମୂର୍ତ୍ତି ନିର୍ମାଣ ପାଇଁ ତିନି ଜଣ କାରିଗରଙ୍କୁ ମନୋନୀତ କରାଯାଇଥିଲା । ତେବେ ସେମାନଙ୍କ ଭିତରୁ ମହୀଶୂରର ଯୋଗୀରାଜ ଅରୁଣଙ୍କ ମୂର୍ତ୍ତିକୁ ଚୂଡ଼ାନ୍ତ କରାଯାଇଛି । ଆଦି ଶଙ୍କରାଚାର୍ଯ୍ୟ, ନେତାଜୀଙ୍କ ପରେ ଶ୍ରୀରାମଙ୍କ ମୂର୍ତ୍ତି ତିଆରି କରିଛନ୍ତି ଯୋଗୀରାଜ ।

ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ଦକ୍ଷିଣ ଭାରତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି କରି ସମଗ୍ର ବିଶ୍ୱରେ ପରିଚିତି ଲାଭ କରିଥିଲେ ଯୋଗୀରାଜ ।

ଜାନୁଆରୀ ୨୨ ତାରିଖରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ରାମଚରିତ ମାନସ ଓ ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ରୂପ ଅନୁଯାୟୀ ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ଅନୁଯାୟୀ ମୂର୍ତ୍ତି ନିର୍ମାଣ କରାଯାଇଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟି ମୂର୍ତ୍ତିକୁ ଚୂଡ଼ାନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.