ଗରିବଙ୍କ ପାଇଁ କେହି ନାହିଁ ! ଡହଡହ ୪୩ ଡିଗ୍ରୀ ଖରାରେ ଟ୍ରଲିରେ ବୁହାହେଲେ ଗୁରୁତର ରୋଗୀ

ଟାଙ୍ଗୀ(କେନ୍ୟୁଜ୍):  ପୁଣି ଫେଲ ମାରିଲା ସରକାରଙ୍କ ସବୁ ବ୍ୟବସ୍ଥା । ଡହଡହ ୪୩ ଡିଗ୍ରୀ ଖରାରେ ଟ୍ରଲିରେ ବୁହାହେଲେ ଗୁରୁତର ରୋଗୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗାଁରେ । ମିଳିଥିବା ସୂଚନା ମୁତବକ ଚାନ୍ଦପୁର ଗୋପବନ୍ଧୁ ନଗରର ୭୦ ବର୍ଷୀୟ ଯୁଗୋଳ କିଶୋର କାଣ୍ଡିଙ୍କ ଦେହ ଅସୁସ୍ଥ ଥିବାରୁ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

ତାଙ୍କର ପୁଅପାତି କେହି ନଥିବାରୁ ପଡୋଶୀ ଜଣେ ଟ୍ରିଲି ଚାଳକ ତାଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ କଲେ । ଟ୍ରଲି ଚାଳକଙ୍କ ନିକଟରେ ମୋବାଇଲ ନଥିବାରୁ ସେ ଆମ୍ବୁଲାନ୍ସକୁ  ଯୋଗାଯୋଗ କରିପାରିଲେ ନାହିଁ।  ଯାହା ଫଳରେ କାଳବିଳମ୍ବ ନକରି ବୃଦ୍ଧ ରୋଗୀଙ୍କୁ ନିଜ ଟ୍ରଲିରେ ବୋହି ଚାନ୍ଦପୁରର ବସନ୍ତମଞ୍ଜରୀ ସାଧାରଣ ଡାକ୍ତଖାନାକୁ ନେଇଥିଲେ। ଏ ଘଟଣାକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ଜାହିର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.