ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ହାତାହାତି, ପୋଲିସ ମାଡ଼ରେ ୪ ଆହତ

ପୋଲିସ-ଜନତା ମୁହାଁମୁହିଁ । ପୋଲିସ ମାଡ଼ରେ ୪ ଆହତ । ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ପୋଲିସ୍ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଛକରେ ଘଟିଛି ଏହି ଘଟଣା ।

ଭଦ୍ରକ (କେନ୍ୟୁଜ): ପୋଲିସ-ଜନତା ମୁହାଁମୁହିଁ । ପୋଲିସ ମାଡ଼ରେ ୪ ଆହତ । ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ପୋଲିସ୍ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଛକରେ ଘଟିଛି ଏହି ଘଟଣା ।

NO ENTRY ସମୟରେ ଶ୍ରୀବନ୍ତପୁରରେ ଗୋଟିଏ ବାଲି ବୋଝେଇ ଟ୍ରକ ସ୍କୁଲ ପିଲାକୁ ଧକ୍କା ଦେଇ ପଳେଇ ଯାଉଥିଲା ବେଳେ ସ୍ଥାନୀୟ ଲୋକେ ଟ୍ରକଟିକୁ ଵନ୍ତ ଥାନା ଛକରେ ଅଟକାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଅଟକାଇଵାକୁ ନେଇ ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକ ଓ ପୋଲିସ୍ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ୍ ଲୋକଙ୍କୁ ଘଉଡାଇବା ସହ ମାଡ ମାରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.