କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ୍ୟ ଘଟଣା: ମୃତକ ବାପା ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମାମୁଁ

ଭୁବନେଶ୍ବର ୟୁନିଟ୍ ୩ କ୍ଵାର୍ଟରରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ । ମୃତ ଛାତ୍ରଙ୍କ ବାପାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରଙ୍କ ମାମୁଁ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ୟୁନିଟ୍-୩ କ୍ବାର୍ଟର୍ସରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟ ଘଟଣା । ଛାତ୍ରଙ୍କ ବାପା ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମାମୁଁ । ଛାତ୍ର ଜଣକୁ ତାଙ୍କ ବାପା ପିଟିପିଟି ହତ୍ୟା କରିଥିବା ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।

ମୃତ ଛାତ୍ରଙ୍କ ବାପା ସବୁବେଳେ ମଦ୍ୟପାନ କରି ମାଡ ମାରୁଥିିବା ଏତଲାରେ ଉଲ୍ଲେଖ ରହିଛି ।  ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତ ଫେବ୍ରୁଆରୀ ୪ ତାରିଖ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।  ଛାତ୍ରଙ୍କ ଶରୀରରେ ରହିଥିଲା ମାଡ ଦାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.