ଅଷ୍ଟ୍ରେଲିଆ ଟିମ୍‌କୁ ଟି୨୦ ସିରିଜ ପୂର୍ବରୁ ଝଟକା, କରୋନା ସଂକ୍ରମିତ ହେଲେ ଅଧିନାୟକ ମିଚେଲ ମାର୍ଶ

ଅଷ୍ଟ୍ରେଲିଆ ଟିମର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ ହୋଇଛନ୍ତି । ତେବେ କରୋନା ହେବା ସତ୍ତ୍ୱେ ମଧ୍ୟ ମାର୍ଶ ଟି୨୦ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ମ୍ୟାଚ ସମୟରେ ଅଲଗା ଡ୍ରେସିଂ ରୁମର ବ୍ୟବହାର କରିବେ । ଏହାଛଡା ସାଥି ଖେଳାଳିଙ୍କ ଠାରୁ ଦୂରେଇ ରହିବେ ଏବଂ ପ୍ରୋଟୋକଲ ଅନୁସାରେ କାମ କରିବେ ।

କରୋନା କବଜାରେ ଅଷ୍ଟ୍ରେଲିଆ ଟିମର ଖେଳାଳି । ଅଷ୍ଟ୍ରେଲିଆରେ ଘରୋଇ ସିଜନ ଚାଲୁଥିବା ବେଳେ ଟିମର କେତେକ ଖେଳାଳି କରୋନା ପଜିଟିଭ ହୋଇଛନ୍ତି । ଟିମର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ ହୋଇଛନ୍ତି । ଯାହା ଟିମ୍‌ ପାଇଁ ଝଟକା ।

ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜ ଫେବୃଆରୀ ୯ ତାରିଖରୁ ଖେଳାଯିବ । ପ୍ରଥମ ମ୍ୟାଚ ହୋବାର୍ଟର ବେଲିରିଭ ଓଭାଲରେ ହେବ । ତେବେ କରୋନା ହେବା ସତ୍ତ୍ୱେ ମଧ୍ୟ ମାର୍ଶ ଟି୨୦ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ମ୍ୟାଚ ସମୟରେ ଅଲଗା ଡ୍ରେସିଂ ରୁମର ବ୍ୟବହାର କରିବେ । ଏହାଛଡା ସାଥି ଖେଳାଳିଙ୍କ ଠାରୁ ଦୂରେଇ ରହିବେ ଏବଂ ପ୍ରୋଟୋକଲ ଅନୁସାରେ କାମ କରିବେ ।

ତେବେ କରୋନା ସଂକ୍ରମିତ ହୋଇଥିବା ଖେଳାଳି ମଧ୍ୟରେ ମାଁ ୩ ନମ୍ବର । ପୂର୍ବରୁ ଜୋସ ଇଂଲିସ ଏବଂ କ୍ୟାମେରୁନ ଗ୍ରୀନ କରୋନା ସଂକ୍ରମିତ ହୋଇସାରିଛନ୍ତି ।

ଚଳିତବର୍ଷ ଶେଷକୁ ହେବାକୁ ଥିବା ଟି୨୦ ବିଶ୍ୱକପକୁ ଧ୍ୟାନରେ ରଖି ୱେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବା ଅଷ୍ଟ୍ରେଲିଆ ପାଇଁ ମହତ୍ତ୍ୱପୂର୍ଣ୍ଣ । ମାର୍ଶଙ୍କୁ ଟେଷ୍ଟ ଏବଂ ପ୍ୟାଟ କେମିନ୍ସଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଅଧିନାୟକ କରାଯାଇଛି ।

ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପ ୨୦୨୩ରେ ଅହମଦାବାଦରେ ଭାରତକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍‌ । ବିଶ୍ୱକପ ଟ୍ରଫି ଜିତିବା ପରେ ଡ୍ରେସିଂ ରୁମରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ବିଶ୍ୱକପକୁ ରଖି ତା’ ଉପରେ ଗୋଡ ରଖିଥିଲେ । ଆଉ ହାତରେ ବିୟର ଧରିଥିଲେ । ଯାହାର ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ । ଏହି ଫଟୋ ଭାଇରଲ ହେବା ପରେ ଲୋକେ ଖୁବ ନିନ୍ଦା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.