ଶିମିଳିପାଳରେ ମହାବଳ ବାଘ ମୃତ୍ୟୁ ଘଟଣା, ଦେହରେ କୌଣସି କ୍ଷତ ଚିହ୍ନ ନଥିବା ସୂଚନା

କେମିତି ହେଲା ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ ? ଚାଲିଛି ତନାଘନା ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ନଅଣା ରେଞ୍ଜ ଅଧିନ ଡୁଡୁରୁଚମ୍ପା ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଛି। ମୃତ ମହାବଳ ବାଘର ବୟସ ସାଢ଼େ ୩ ବର୍ଷ ହେବ।

ଶିମିଳିପାଳ (କେନ୍ୟୁଜ): କେମିତି ହେଲା ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ ? ଚାଲିଛି ତନାଘନା ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ନଅଣା ରେଞ୍ଜ ଅଧିନ ଡୁଡୁରୁଚମ୍ପା ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଛି। ମୃତ ମହାବଳ ବାଘର ବୟସ ସାଢ଼େ ୩ ବର୍ଷ ହେବ।

ଗତ ୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ କର୍ତ୍ତୃପକ୍ଷ ବାଘର ମୃତଦେହକୁ ଠାବ କରିଥିଲେ । ବାଘର ଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ କିଭଳି ମୃତ୍ୟୁ ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ଗତକାଲି ଏନଟିସିଏ ସଦସ୍ୟଙ୍କ ଉପସ୍ଥିତିରେ ବାଘଟିର ବ୍ୟବଚ୍ଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ବାଘର ହାଡ ଓ ଭିସେରା ଲ୍ୟାବ୍ କୁ ପଠା ଯାଇଥିବା କହିଛନ୍ତି ଆରସିସିଏଫ୍ । ରିପୋର୍ଟ ଆସିବା ପରେ ହିଁ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.