ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ମୋଟ୍ ୨୦ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପର୍ୟ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ୱର ୧୫ଟି ଏବଂ ଡାହଣ ପାର୍ଶ୍ୱର ୫ଟି ଗେଟ୍ ଖୋଲାଯାଇଛି। ହୀରକୁଦର ଜଳ ପତ୍ତନ ବର୍ତ୍ତମାନ ୭୧୬.୩୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୧ଲକ୍ଷ ୧୧ ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ଲକ୍ଷ ୨୧ ହଜାର ୩୫୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଆଜି ବିଳମ୍ବିତ ରାତି ସୁଦ୍ଧା ହୀରାକୁଦ ବନ୍ୟା ଜଳ କଟକ ନରାଜରେ ପହଞ୍ଚିବ। ବର୍ତ୍ତମାନ ମୁଣ୍ଡୁଳିରେ ୨ ଲକ୍ଷ ୬୫ ହଜାର ୮୦୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନରାଜରେ ୧ ଲକ୍ଷ ୩୫ ହଜାର ୪୮ କ୍ୟୁସେକ ପ୍ରବାହିତ ହେଉଛି। ହୀରାକୁଦରୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ ପହଞ୍ଚିଲେ ପାଣି ବଢିବ। ଏଥିପାଇଁ ପ୍ରଶାସନ ସଜାଗ ରହିଛି। ତେବେ ହୀରାକୁଦ ଗେଟ୍ ଖୋଲିଥିଲେ ବି ମହାନଦୀ ତଳମୁଣ୍ଡରେ ବର୍ଷା କମିଛି।

ତେଣୁ ବନ୍ୟା ଆଶଙ୍କା ନାହିଁ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଲେ ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲାଯିବ। ତେବେ ମହାନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ମାଇକ୍ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ଦୁଇ ତିନି ଦିନ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Leave A Reply

Your email address will not be published.