ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଟ୍ବିନ୍ ସିଟି, ୫୦ ମିଟର ଦୂରରୁ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି ।

ଲୋକମାନେ ଲାଇଟ୍‌ ଜଳାଇ ଯିବା ଆସିବା କରୁଛନ୍ତି। ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି । କୁହୁଡି ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଜି ପରଠାରୁ ୩ରୁ ୪ ଦିନ ପର୍ଯ୍ୟନ୍ତ ତାପାମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.