ବିଦ୍ୟାଭାରତୀଙ୍କ ଘରେ ବିଳମ୍ବିତ ରାତିରେ DFOଙ୍କୁ ଦେଖିଥିଲେ ଜଗୁଆଳି, ଦେଲେ ଚାଞ୍ଚଲ୍ୟକର ବୟାନ

ପାରଳାଖେମୁଣ୍ଡି (କେନ୍ୟୁଜ): ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଟୁଇଷ୍ଟ । ତତ୍କାଳିନ ଡିଏଫଓ ଡିଭିଜନ ଜଗୁଆଳି ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ । DFO ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିବା କହିଛନ୍ତି ଜଗୁଆଳି ଗଙ୍ଗା ପ୍ରଧାନ । ଗଙ୍ଗା ଏହାକୁ ଦେଖିଦେଇଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଡିଏଫଓ ତାଙ୍କୁ ଚାକରିରିରୁ ବାହାର କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ ଗଙ୍ଗା ୮ବର୍ଷ ହେବ ବନବିଭାଗରେ କାମ କରୁଥିଲେ । ପୂର୍ବତନ ଗଜପତି ଡିଏଫଓ ବିବେକ ତ୍ୟାଗି ରାତ୍ର ଜଗୁଆଳି ଭାବେ ଗଙ୍ଗାଙ୍କୁ ଡ୍ୟୁଟି ଦେଇଥିଲେ । ନିଜ ବାସଭବନ ଛାତ ଉପରେ ରହି ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଗଙ୍ଗା ପ୍ରଧାନ । ତେବେ ଏ ସମ୍ପର୍କରେ ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.