ବିଜେପି କର୍ମୀ ସୁବାଶିଷ ଗିରିଙ୍କୁ ପିଟି ପିଟି ହତ୍ଯା କରିବା ଘଟଣା, ୨ ଅଭିଯୁକ୍ତ ଗିରଫ

ଭଦ୍ରକ(କେନ୍ଯୁଜ୍): ବିଜେପି କର୍ମୀ ସୁବାଶିଷ ଗିରିଙ୍କୁ ପିଟି ପିଟି ମାରିଦେଇଥିବା ଘଟଣାରେ ଦୁଇ ଆସାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବରମପୁର ଅଞ୍ଚଳର ପ୍ରିୟରଞ୍ଜନ ସେନାପତି ଓ ଜ୍ୟୋତିରଞ୍ଜନ ସେନାପତି।

ଏହି ୨ଜଣଙ୍କ ସହିତ ଅନ୍ୟ ସହଯୋଗୀ ମାନେ ଗତ ଦୁଇ ଦିନ ପୂର୍ବରୁ କ୍ଲବ ଘର ଖୋଲାକୁ ନେଇ ସୁଭାଶିଷ ଗିରିଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ବିଜେପି ଓ ସ୍ଥାନୀୟ ଲୋକ ମାନେ ରାସ୍ତାରୋକ ସହ ଆନ୍ଦୋଳନ କରିଥିଲେ।

ଶେଷରେ ସାବରଙ୍ଗ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ମାନ୍ୟବର ଜିଲ୍ଲା ଦୌରାଜର୍ଜ କେଶଟିକୁ ଖାରଜ କରିବା ପରେ, ଏହି ଦୁଇ ଆସାମୀକୁ ଜେଲ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.