ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ଅଢେଇ ବର୍ଷର ଶିଶୁ, ମାତ୍ର ୨୩.୭୨ସେକେଣ୍ଡରେ କହିଲେ ୨୮ରାଜ୍ଯର ରାଜଧାନୀର ନାମ

ଯାଜପୁର(କେନ୍ଯୁଜ୍): କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ପ୍ରତିଭା ଥିଲେ ସଫଳତା ପାଦ ଚୁମିବ ନିଶ୍ଚିତ।  ବୟସ ମାତ୍ର ଅଢେଇ ବର୍ଷ । ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ସେ ଆଜି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛନ୍ତି । ଦେଶର ୨୮ରାଜ୍ଯର ରାଜଧାନୀ ନାମକୁ ମାତ୍ର ୨୩.୭୨ ସେକେଣ୍ଡରେ ଉଚ୍ଚାରଣ କରି ସେ ଏଭଳି ଗୈାରବ ଅର୍ଜନ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଯାଜପୁରର  ଶିଶୁ ପ୍ରତିଭା ଡି.ଏନ. କ୍ରିଷ୍ଣା ଦେବାଶିଷ । ଡି.ଏନ. କ୍ରିଷ୍ଣା ଦେବାଶିଷଙ୍କ ବୟସ ମାତ୍ର ଅଢେଇ ବର୍ଷ ।  କୁନି ପିଲାଟିଏ ହୋଇଥିଲେ ମଧ୍ୟ ସ୍ମରଣ ଶକ୍ତି ପ୍ରଖର । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍‌ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୨୩ସେକେଣ୍ଡରେ ୨୮ଟି ରାଜ୍ଯ ଓ ତାହାର ରାଜଧାନୀ ଗୁଡିକର ନାଁ ର୍ନିଭୁଲ ଭାବରେ କହିପାରିଥିଲେ ।

familyଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ପଂଚାୟତ ବାମଦେଇପୁର ଗ୍ରାମର ଧର୍ମକାନ୍ତ ରାଉତ ଓ ମିତା ପାଲଙ୍କ ଏକମାତ୍ର ପୁଅ ହେଉଛନ୍ତି ଡି.ଏନ. କ୍ରିଷ୍ଣା ଦେବାଶିଷ । ବାପା ଧର୍ମକାନ୍ତ ଉତରାଖଣ୍ଡରେ ସେନାବାହିନୀରେ କାର୍ଯ୍ଯରତ । ତାଙ୍କର ପରିବାର ସିଲିଗୁଡିରେ ରୁହନ୍ତି । ତେବେ ସ୍କୁଲ ଯିବା ବୟସ ହୋଇନଥିଲେ ମଧ୍ୟ ଡି.ଏନ. କ୍ରୀଷ୍ଣା ଦେବାଶିଷ ଏତେ ଛୋଟ ବୟସରେ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ଯଚକିତ କରିଦେଇଥିଲେ । କ୍ରିଷ୍ଣାଙ୍କର ଏହି ସଫଳତା ତାଙ୍କ ପରିବାର ପାଇଁ ଗର୍ବ ଓ ଗୈାରବ ଆଣିଦେଇଛି ।

krishnaଅନ୍ଯପଟେ ଛୋଟ ବୟସରୁ କ୍ରିଷ୍ଣାଙ୍କର ପ୍ରତିଭାକୁ ଚିହ୍ନି ପାରିଥିଲେ ତାଙ୍କ ବାପା ଓ ମା । ପୁଅର ସଫଳତା ପଛରେ ମାଙ୍କର ବିଶେଷ ହାତ ରହିଛି । ମାଙ୍କର ପ୍ରେରଣା ସହ ଘରେ ଉଚିତ ଶିକ୍ଷାଦାନ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁ ପରୀକ୍ଷାରେ ସେ ସଫଳତା ଅର୍ଜନ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ ପାଇଁ ଗତ ଏପ୍ରିଲ ମାସ ୨୩ତାରିଖରେ ମୈାଖିକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ କ୍ରିଷ୍ଣା। ଉକ୍ତ ପରୀକ୍ଷାରେ ସେ ସଫଳତା ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ କ୍ରିଷ୍ଣା ଜାତୀୟ ସଂଗୀତ, ବନ୍ଦେ ମାତରମ ଗୀତକୁ ସୁନ୍ଦର ଭାବରେ ଆବୃତି କରିପାରୁଛନ୍ତି । କ୍ରିଷ୍ଣାଙ୍କର ଏହି ସଫଳତାକୁ ନେଇ ଅଂଚଳବାସୀ ମଧ୍ୟ ବେଶ୍‌ ଖୁସି ପ୍ରକଟ କରିଛନ୍ତି ।

କ୍ରିଷ୍ଣାଙ୍କ ଏହି ଅନନ୍ଯ କୃତୀତ୍ୱ ପାଇଁ ଏବେ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପ୍ରତିଭା ଦ୍ବାରା ଆଗାମୀ ଭବିଷ୍ଯତରେ କ୍ରିଷ୍ଣା ଏକ ଉଜ୍ୱଳ ତାରକା ହୋଇ ରାଜ୍ଯ ତଥା ଦେଶର ନାଁ ରଖିବେ ବୋଲି ସମସ୍ତେ ଆଶାବାଦୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.