ରାସ୍ତାରେ ଭୟାନକ କୁମ୍ଭୀର ଦେଖି ଲୋକେ ହେଲେ ଭୟଭୀତ, ଦେଖନ୍ତୁ ଭାଇରାଲ ଭିଡିଓ

କର୍ଣ୍ଣାଟକରେ ରାସ୍ତାରେ କଡରେ ବୁଲୁଛି ମଣିଷ ଖିଆ କୁମ୍ଭୀର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାକୁ ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାସ୍ତା କଡରେ ବୁଲୁଥିବା ଏହି କୁମ୍ଭରୀର ଭାଇରାଲ ଭିଡିଓକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାକୁ ଦେଖିଲା ପରେ ସମସ୍ତେ ଭୟରେ ଘର ବନ୍ଦ କରି ରହିଛନ୍ତି । ସୂଚନା ଅନୁଯାୟୀ, ଏହି ଭିଡିଓଟି କର୍ଣ୍ଣାଟକର ଦାନ୍ଦେଲି ଅଞ୍ଚଳର କୋଗିଲବାନ ଗାଁର ।

ଭିଡିଓରେ କୁମ୍ଭୀରଟି ସଡ଼କରେ ଚାଲୁଥିବା ସମୟରେ ସାମ୍ନାରେ ଏକ କୁକୁର ଆସିଥିଲା । କିନ୍ତୁ ଭୟାନକ କୁମ୍ଭୀରକୁ ଦେଖି କୁକୁର ଫେରିଯାଇଥିଲା । ଖବର ଅନୁଯାୟୀ, ଗାଁ ଲୋକ ଏହି ଦୃଶ୍ୟ ଦେଖିଲାପରେ ବନ ବିଭାଗକୁ ଡାକିଥିଲେ । ଏହି ଖବର ପାଇଲା ପରେ ବନ ବିଭାଗ ଅଧିକାରୀ କୁମ୍ଭୀରକୁ ଧରି ତାକୁ ପାଣିରେ ଛାଡି ଦେଇଥିଲେ । ଏହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ, ପଶ୍ଚିମ ଘାଟରେ ପ୍ରବଳ ବର୍ଷା କାରଣରୁ ନଦୀରୁ ପାଣି ବନ୍ଧ ଉପରୁକ ଚାଲି ଆସିଥିଲା । ଯେଉଁଥିରେ କାଳୀ ନଦୀ ମଧ୍ୟ ରହିଛି । କାଳୀ ନଦୀ କର୍ଣ୍ଣାଟଖର ସବୁଠୁ ବଡ ନଦୀ । ଏହିଠାରେ କୁମ୍ଭୀର ଅନେକ ସଂଖ୍ୟାରେ ରହିଥାନ୍ତି । କୁମ୍ଭୀର ମାନଙ୍କ ଘର କହିଲେ କାଳୀ ନଦୀକୁ ହିଁ ବୁଝାଏ । ଏମାନଙ୍କୁ ବିଶେଷ କରି ଉତ୍ତର କନ୍ନଡ଼ ଜିଲ୍ଲା ଦାନ୍ଦେଲୀର ପର୍ଯ୍ୟଟନ ସ୍ଥଳ ସ୍ଥିତ ମନ୍ଦିରରେ ଦେଖିବାକୁ ମିଳିଥାଏ ।

ଏବେ କୁମ୍ଭୀରର ଏହି ଭିଡିଓ ଚାରିଆଡେ ଧୁମ ମଚାଇଛି । ଏହାକୁ ଅନେକ ସେୟାର ମଧ୍ୟ କରିଛନ୍ତି । ଏଭଳି ପରିସ୍ଥିତିରେ ନିଜକୁ ଓ ପରସ୍ପରକୁ ବଞ୍ଚାଇବା ପାଇଁ ସନ୍ଦେଶ ଦିଆଯାଇଛି । ତେବେ ଏହାରି ମଧ୍ୟରେ ଏହାକୁ ନେଇ ଅନେକ ମଜ୍ଜାଳିଆ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.