କାନାଡ଼ାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ, ଗଲାଣି ୫୦୦ ଲୋକଙ୍କ ଜୀବନ

କାନାଡ଼ା(.କେନ୍ଯୁଜ୍): କାନାଡ଼ାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ପଶ୍ଚିମ କାନାଡ଼ାରେ ୫୦୦ ଲୋକଙ୍କ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏବର୍ଷ କାନାଡ଼ାରେ ନୂଆ ରେକର୍ଡ କରିଛି ତାପମାତ୍ରା । ଲିଟନ୍‌, ବ୍ରିଟିଶ କଲମ୍ବିଆରେ ୪୯.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ତାପମାତ୍ରା ।

ଥଣ୍ଡା ଜଳବାୟୁରେ ରହୁଥିବା ଲୋକଙ୍କୁ ଏହି ତାତି ଅସହ୍ୟ ହେଉଛି । ଭାଙ୍କୋଭର ସହରରେ ଘରେ ଏସି ଲଗାଇ ନଥିବା ଲୋକେ ହୋଟେଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏ ବର୍ଷ ସାଧାରଣ ତାପମାତ୍ରା ଠାରୁ ୨୫ ଡିଗ୍ରୀ ଅଧିକ ରହିଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଆଗକୁ ମଧ୍ୟ ଏଭଳି ହେବାର ଆଶଂକାକୁ ଏଡି ଦେଇ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.