ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତ ଗ୍ରାମରେ ଲଜ୍ଜାଜନକ ଘଟଣା, ୧୫ ବର୍ଷର ନାବାଳିକା ୮ମାସର ଗର୍ଭବତୀ !

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏକ ଦଳିତ ୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ ପୀଡିତାଙ୍କ ବାପା ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମର ବସନ୍ତ ମଲିକ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କର ୧୫ବର୍ଷର ନାବାଳିକା ଝିଅ ସ୍କୁଲ ଯିବା ସମୟରେ ସେହି ଗ୍ରାମର କାଳିଆ ନାମକ ଏକ ପିଲା କମେଣ୍ଟ ମାରିବା ସହିତ ହଇରାଣ ହରକତ କରୁଥିବା ଅଭିଯୋଗ କରିଥିଲେ ପୀଡିତା । ତେବେ ଦିନେ ପୀଡିତା ସ୍କୁଲରୁ ଏକୁଟଆ ଆସୁଥିବାର ସୁଯୋଗ ନେଇ କାଳିଆ ନାବାଳିକାର ବାରଣ ସତ୍ୱେ ଦୁଷ୍କର୍ମ କରିଥିଲା । ଯାହାଫଳରେ ନାବାଳିକା ଆଜି ୮ମାସର ଗର୍ଭବତି ହୋଇଥିବା ଜଣାପଡିଛି ।

ଏନେଇ ପୀଡିତାଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୀଡିତା ନିଜେ ଏକ ଶିଶୁଥିବା ବେଳେ ଆଉ କିଛି ଦିନ ପରେ ତା କୋଳରେ ଏକ ଶିଶୁ ଜନ୍ମ ହେବାକୁ ଥିବାରୁ ନାବାଳିକାର ଭବିଷ୍ୟତ ଏବେ
ଅନିଶ୍ଚିତତା ଭିତରକୁ ଟାଣି ହୋଇଯାଇଛି। ନିଜେ ପୀଡିତା ତାର ଓ ତା ନିଜ ଶିଶୁର ଭବିଷ୍ୟତ ପାଇଁ ନ୍ୟାୟ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.