ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା, ବିଶ୍ୱରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ତୃତୀୟ ଦେଶ ଭାବେ ଭାରତରେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ପାର୍‌ କରିଛି। ଲକ୍ଷେ ଉପରେ ରହିଛନ୍ତି ୧୦ ଦେଶ। ଆମେରିକାରେ କରୋନାରେ ୬ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ବ୍ରାଜିଲରେ ୫ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ମେକ୍ସିକୋରେ ୨ଲକ୍ଷ ୩୦ହଜାର ଓ ପେରୁରେ ୧ଲକ୍ଷ ୯୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ରହିଛି ୨୮୭। ଭାରତ ସବୁଠ କମ ରହିଛି । ପ୍ରତି ୧୦ ଲକ୍ଷରେ ରୁଷିଆରେ ରହିଛି ୯୧୬ ମୃତ୍ୟୁସଂଖ୍ୟା । ଫ୍ରାନ୍ସ, ମେକ୍ସିକୋ, ଆମେରିକା, ବ୍ରିଟେନରେ ୧ ହଜାରରୁ ୨ହଜାର ଭିତରେ ମୃତ୍ୟୁ ସଂଖ୍ୟା ରହିଛି। ଏହି ତାଲିକାରେ ସବୁଠୁ ଆଗରେ ରହିଛି ପେରୁ। ପ୍ରତି ୧୦ଲକ୍ଷରେ ପେରୁରେ ମୃତ୍ୟୁବରଣ କରିଛନ୍ତି ୫ହଜାର ୭୬୫। ସେହିପରି ଭାରତରେ ମୃତ୍ୟୁ ହାର ପ୍ରତିଶତ ମଧ୍ୟ କମ ରହିଛି। ୧.୩ ପ୍ରତିଶତ ରହିଛି ମୃତ୍ୟୁ ହାର।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.