ଦାଦାବଟି ମାଗିବା ପଡିଲା ମହାଙ୍ଗା, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ଆର.ଉଦୟଗିରି ଥାନା ପୋଲିସ୍

ମୋହନା(କେନ୍ୟୁଜ୍): ଦାଦା ବଟି ମାଗିବା ଅଭିଯୋଗରେ ଆର.ଉଦୟଗିରି ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗଞ୍ଜାମ ଜିଲା ତପ୍ତପାଣିର ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ ମୁନା ଏବଂ ମହେନ୍ଦ୍ରଗଡ଼ର କୁରେଶ ଦଳାଇ। ସୂଚନା ଅନୁଯାୟୀ, ଛେଳିଗଡ଼ ପ୍ରକଳ୍ପର କୁଆଁପଡା ଠାରେ ସାରଳା ପ୍ରୋଜେକ୍ଟ ତରଫରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗତ ୧୮ତାରିଖ ସନ୍ଧ୍ୟା ସମୟରେ ମୁନା ଏବଂ କୁରେଶ ନିର୍ମାଣ ସ୍ଥଳକୁ ଯାଇ ପ୍ରୋଜେକ୍ଟ ମ୍ୟାନେଜର ବି. ଏଚ୍ ନଗରାଜୁ ୪୦ ହଜାର ଟଙ୍କାର ଦାଦାବଟି ମାଗିଥିଲେ । ଦାଦାବଟି ନ ଦେଲେ ସମସ୍ତ ଗାଡି ମୋଟର ମେସିନ୍ ପୋଡ଼ିଦେବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ପରେ ପୁଣି ୧୯ରେ କ୍ୟାମ୍ପକୁ ଆସି ଦାଦାବଟି ମାଗି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ନଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ମ୍ୟାନେଜର ନାଗରାଜୁ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଥାନା କେସ୍ ନଂ 53/22ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଆର. ଉଦୟଗିରି ସବ୍ – ଜେଲ୍ କୁ ପଠାଇଦିଆଯାଇଛି । ଅଭିଯୁକ୍ତ ସନ୍ତୋଷ ଓରଫ ମୁନା ନାମରେ ପୂର୍ବରୁ ଗଞ୍ଜାମ ଜ଼ିଲ୍ଲାର ପାଟପୁର, ଦିଗପହଣ୍ଡି ସମେତ ବିଭିନ୍ନ ଥାନାରେ ଚୋରି, ରାହାଜାନି ଭଳି ଅନେକ ସଙ୍ଗୀନ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.