ଏସ୍‌ଟିଏଫ୍‌ ହାତରେ ଦୁଇ ଚୋରା ବନ୍ଧୁକ ବେପାରୀ, ଜବତ ହେଲା ୫ ରିଭରବଲ୍‌ ଓ ୨ ପିସ୍ତଲ

ଭୁବନେଶ୍ୱର(କେନ୍ୟୁଜ୍‌) :  ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା । ଧରାପଡ଼ିଛନ୍ତି ଦୁଇ ଓଡ଼ିଆ ଚୋରା ବନ୍ଧୁକ ବେପାରୀ । ଜବତ ହୋଇଛି ୫ଟି ରିଭରଭଲ୍‌, ୨ଟି ପିସ୍ତଲ ଓ ୧୨ ରାଉଣ୍ଡ ଅଫୁଟା ଗୁଳି । ବାହାର ରାଜ୍ୟରୁ ବନ୍ଧୁକ ଆଣି ଏଠାକାର ଅପରାଧିଙ୍କୁ ଯୋଗାଉଥିବା ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ କୁ ସୂଚନା ମିଳିଛି ।

gun traders

ଆଗକୁ ପାର୍ବଣ ଋତୁ ଥିବାରୁ ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ କ୍ରାଇମ ବଢ଼ିବାର ଆଶଙ୍କା କରି ଗୁଇନ୍ଦା ଖବର ଆଧାରରେ ଏସ୍‌ଟିଏଫ୍‌ ସ୍ୱତନ୍ତ୍ର ଟିମ୍‌ ଚନ୍ଦକା ଅଞ୍ଚଳରେ ଚଢ଼ାଉ କରିଥିଲା । ଫଳରେ ଦୁଇ ଓଡ଼ିଆ ବନ୍ଧୁକ ବେପାରୀ ରାକେଶ ଜେନା ଓ ବିକାଶ ବେହେରାଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୫ଟି ରିଭରଭଲ, ୨ଟି ପିସ୍ତଲ ଓ ୧୨ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ଏତେ ପରିମାଣର ବେଆଇନ ବନ୍ଧୁକ କେଉଁଠୁ ଆସିଲା ଓ କାହାକୁ ଯୋଗାଣ ହୋଇଥାନ୍ତା ଏ ନେଇ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଛି ।

stf-00

ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଶୈାମେନ୍ଦ୍ର ପ୍ରିୟଦର୍ଶୀ ଏକ ପ୍ରେସ ମିଟ୍‌ରେ ସୂଚନା ଦେଇ କହିଛନ୍ତି, ଅନେକ ସମୟରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ବିହାରରୁ ଆସିଥାଏ । ଯେଉଁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ତାହା ବାହାରୁ ଆସିଥିବା ଭଳି ଲାଗୁଛି । ଦୁଇଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଖୁବ୍‌ ଶୀଘ୍ର ଅନ୍ୟ ଜଣଙ୍କୁ ଧରାଯିବା ପରେ ଚୋରା ଚାଲାଣର ଚେର କେଉଁଠୁ ଜଣାପଡ଼ିବ । ଯେତେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ଧରାଯିବ କ୍ରାଇମକୁ ସେତିକି କଣ୍ଟ୍ରୋଲ କରାଯାଇ ପାରିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.