କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ

କଟକ (କେନ୍ଯୁଜ୍): କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇଜଣ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । କଟକ ଶିଶୁ ଭବନ ଏସଏନସିୟୁରେ ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ।

ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଶିଶୁଙ୍କୁ ମୃତ୍ୟୁ ହୋଇଛି । ଏବେ ଅନ୍ୟ ଦୁଇ ଶିଶୁ ଓ ମାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଶିଶୁଭବନ କର୍ତ୍ତୁପକ୍ଷଙ୍କ ନଜର ରହିଛି । ଗଞ୍ଜାମ ଭଞ୍ଜନଗର ଢିହପଡା ଅଞ୍ଚଳର ବିରେନ୍ଦ୍ର ନାୟକଙ୍କ ସ୍ତ୍ରୀ ଛବିତା ନାୟକ ଏକା ସାଙ୍ଗେ ୪ଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.