ବାପା ମା’ଙ୍କୁ ହରାଇ ଅସହାୟ ଦୁଇ ଭାଇ, ବଡବାପା ଦେଇଛନ୍ତି ଆଶ୍ରୟ ହେଲେ ସହାୟତା ଲୋଡା

ଜଗତସିଂହପୁର(କେନ୍ୟୁଜ): ଦଇବ ବି ବେଳେବେଳେ ଏମିତି ଦୁଃଖ ଦେଇଥାଏ ଯେ ଯାହାର ସମ୍ଭାଳିବା ଭାରି କଷ୍ଟକର ହୋଇପଡେ। ପ୍ରଥମେ ମା ଲିଭର ଜଣ୍ଡିସ ରୋଗରେ ଚାଲିଗଲେ ,ତା ୬ମାସ ପରେ ବାପା ବି ଚାଲିଗଲେ । ଆଉ ଅନାଥ ହୋଇଗଲେ ଦୁଇ ଭାଇ। ଏବେ ବଡବାପା ଦେଇଛନ୍ତି ଆଶ୍ରୟ। ପାଠପଢିବା ପାଇଁ ଆଗ୍ରହ ,କିନ୍ତୁ ବଡବାପାଙ୍କର ସେତିକି ସମ୍ବଳ ନାହିଁ ।

ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ଉକୁନ୍ଦରା ପଂଚାୟତର ଉକୁନ୍ଦରା ଗ୍ରାମର ଏହି ଅନାଥ ଦୁଇ ଭାଇଙ୍କ କଥା । ଗାଁରେ ରହୁଥିଲେ ରଞ୍ଜୀତା ଭୋଇ, ସ୍ୱାମୀ ଅରୁଣ କୁମାର ଭୋଇ ଓ ଦୁଇ ପୁଅ ଅଛୁତାନନ୍ଦ ଭୋଇ ଓ ଅନନ୍ତ ଭୋଇ। କିନ୍ତୁ ଦଇବ ସହିଲା ନାହିଁ । ରଞ୍ଜୀତାଙ୍କର ୨୦୨୦ ମସିହାରେ ଜଣ୍ଡିସ ରୋଗରେ ମୃତ୍ଯୁ ବରଣ ହୋଇଥିଲା। ଆଉ ୬ ମାସ ପରେ ସ୍ବାମୀ ଅରୁଣ ମଧ୍ଯ ସେହି ଜଣ୍ଡିସ ରୋଗରେ ଆଖିବୁଜିଲେ । ବଡ ପୁଅକୁ ଏବେ ୭ ବର୍ଷ। ସେ ରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବାବେଳେ, ଓ ସାନ ପୁଅକୁ ଏବେ ୪ ବର୍ଷ । ସେ ଅଙ୍ଗନ ବାଡ଼ିରେ ପାଠ ପଢ଼ୁଛି। ବାପା ଓ ମା ହରାଇଥିବା ଏହି ଦୁଇ ଭାଇ ଏବେ ଅନାଥ।ବଡ ବାପା ମିଟୁ ଭୋଇ ଓ ବଡ଼ବୋଉ ତଅପୋଇ ଭୋଇ ଏହି ଦୁଇ ଭାଇଙ୍କୁ ଏବେ ଦେଇଛନ୍ତି ଆଶ୍ରୟ। କିନ୍ତୁ ସେ ନିଜେ ଦିନ ମଜୁରିଆ । ମୁଲଲାଗି ତାଙ୍କର ଥିବା ଦୁଇ ପୁଅ ଓ ସାନ ଭାଇର ଏହି ଅନାଥ ଦୁଇପୁଅଙ୍କୁ ପାଠ ପଢାଉଛନ୍ତି । ଯାହା ତାଙ୍କ ପକ୍ଷେ ଅସମ୍ଭାଳ ହୋଇପଡିଛି।

ଏହି ଖବର ପାଇବାପରେ ଆମ ପ୍ରତିନିଧି ଶୁଭଙ୍କର ଜେନା ସ୍ଥାନୀୟ ସରପଂଚ ଓ ସମିତିସଭ୍ୟ ଙ୍କୁ ଭେଟି ଏହି ପିଲା ମାନଙ୍କ ବିଷୟରେ ଆଲୋଚନା କରିଥିଲେ। ସରପଞ୍ଚ ତୁରନ୍ତ ଯାହା ସରକାରୀ ସ୍ତରରେ ହୋଇପାରିବ ନିଶ୍ଚୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଏହି ବେସାହାରା ପିଲାଙ୍କୁ ତ ଆଉ ବାପା ମାଆ ମିଳିବେ ନାହିଁ। ତଥାପି ବଡବାପା ଓ ବଡ଼ବୋଉଙ୍କ ସ୍ନେହ ଆଦରରେ ଆଗକୁ ବଂଚିବାକୁ ସାହସ ରଖିଛନ୍ତି ଏହି ଦୁଇ ଭାଇ ,ଓ ଆଶା ରଖିଛନ୍ତି କେହି ଯଦି ସାହାଯ୍ୟ କରନ୍ତି ତେବେ ଆଗକୁ ଅଧିକ ପାଠ ପଢିପାରନେ୍ତେ।

ବାପା ,ଓ ମା ଙ୍କୁ ହରାଇ ଦୁଇ ପିଲା ଏବେ ଅସହାୟ। ଯେତେ ବେଳେ ଇଛା ହେଉଛି ବହି ଧରି ବସି ଯାଉଛନ୍ତି ପାଠ ପଢିବାକୁ । ବଡ ହୋଇ ପୋଲିସ ଚାକିରୀ କରିବାକୁ ଇଛା ରଖିଛନ୍ତି ଦୁଇ ଭାଇ । ଭଗବାନ ଦୁଃଖ ତ ଦେଇଛନ୍ତି କିନ୍ତୁ କଣ କରାଯାଇପାରିବ, ଏହି ଦୁଃଖରୁ କିପରି ଉଦ୍ଧାର ହେବେ ତାହା ଆମ ସମସ୍ତଙ୍କ ସାମଜିକ ଦାୟିତ୍ବ। ଯଦି କେହି ଏହି ଅନାଥ ପିଲା ଦୁଇ ଜଣକୁ ସାହାଯ୍ୟର ହାତ ବଢେଇବାକୁ ଚାଁହୁଛନ୍ତି ତେବେ ଏହି ଠିକଣା ରେ ଯୋଗ ଯୋଗ କରିବାକୁ ଅନୁରୋଧ। ଏହି ଆକାଉଣ୍ଟରେ ମଧ୍ଯ ଆର୍ଥିକ ସାହାଯ୍ୟ ପଠାଇ ପାରିବେ।

ଠିକଣା –ଅଛୁତାନନ୍ଦ ଭୋଇ ଓ ଅନନ୍ତ ଭୋଇ
ମାର୍ଫତ –ମିଟୁ ଭୋଇ
ସା –ଉକୁନ୍ଦରା
ପୋ –ଉକୁନ୍ଦରା
ଭIୟ- ବିରିଡି
ଜ଼ିଲ୍ଲା – ଜଗତସିଂପୁର ,ଓଡିଶା ,ଭାରତ ,
ପିନ୍ –୭୫୪୧୧୧
ମୋବାଇଲ ନମ୍ବର – 8598965242

ବ୍ୟାଙ୍କ ଠିକଣା –ACHUTANANDA BHOI,
C/O-TAPOI,BHOI
AC,NO- 1750108020432,
CANARA BANK,
IFSC-CODE-CNRB0001750
BRANCH- MICR,CODE-754015097
PURANA- BRANCH-JAGATSINGHPUR,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.